ଡିଏସପି ଦେବେନ୍ଦ୍ର ସିଂଙ୍କ ଗିରଫଦାରୀ ପରେ ବଦଳିଲା ନିଷ୍ପତ୍ତି : ୩୧ ଜାନୁଆରୀ ପର୍ଯ୍ୟନ୍ତ ସିଆଇଏସଏଫ୍ ଉପରେ ଜମ୍ମୁ ଓ ଶ୍ରୀନଗର ବିମାନବନ୍ଦର ସୁରକ୍ଷା ଭାର

255

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ସୁରକ୍ଷା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଜମ୍ମୁ ଓ ଶ୍ରୀନଗର ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ସିଆଇଏସଏଫ । ସିଆଇଏସଏଫକୁ ନ୍ୟସ୍ତ କରାଗଲା ସୁରକ୍ଷା ଦାୟିତ୍ୱ । ୩୧ ଜାନୁଆରୀ ପର୍ଯ୍ୟନ୍ତ ବିମାନବନ୍ଦର ସୁରକ୍ଷା ସମ୍ଭାଳିବେ । ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଧରାପଡ଼ିଥିବା ଡିଏସପି ଦେବେନ୍ଦ୍ର ସିଂହଙ୍କୁ ଏନଆଇଏ ପଚରାଉଚରା କରୁଛି । ଆଉ ଏହାରି ମଧ୍ୟରେ ଜମ୍ମୁ କଶ୍ମୀର ସରକାର ଶ୍ରୀନଗର ଓ ଜମ୍ମୁ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ସିଆଇଏସଏଫକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁସାରେ , ୩୧ ଜାନୁଆରୀ ପର୍ଯ୍ୟନ୍ତ ଏହି ୨ ସମ୍ବେଦନଶୀଳ ବିମାନବନ୍ଦରର ସୁରକ୍ଷା ଦାୟିତ୍ୱ ସିଆଇଏସଫକୁ ହସ୍ତାନ୍ତର କରାଯିବ ।

ଜମ୍ମୁ ଓ ଶ୍ରୀନଗର ବିମାନବନ୍ଦର ସୁରକ୍ଷା ଦାୟିତ୍ୱ ଏବେ ପର୍ଯ୍ୟନ୍ତ ସିଆରପିଏଫ୍ ଓ ଜମ୍ମୁ କଶ୍ମୀର ପୋଲିସ ପାଖରେ ଥିଲା । ହେଲେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ୩୧ ଜାନୁୟାରୀ ପର୍ଯ୍ୟନ୍ତ ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ରହିବେ ସିଆରପିଏଫ୍ । ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ଜାରି କରାଯାଇଥିବା ବୟାନରେ ଜଣାପଡ଼ିଛି, ଆତଙ୍କବାଦୀଙ୍କ ସହିତ ଗିରଫ ହୋଇଥିବା ଡିଏସପି ଦେବେନ୍ଦ୍ର ଅନେକ ଖୁଲାସା କରିସାରିଛନ୍ତି । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କୁ ପହଞ୍ଚାଇବାରେ ସହଯୋଗ କରୁଥିଲେ ବୋଲି ସେ ନିଜେ ସ୍ୱୀକାର କରିଛନ୍ତି । ଡିଏସପି ଦେବେନ୍ଦ୍ରଙ୍କ ଖୁଲାସା ପରେ ଶ୍ରୀନଗର ଓ ଜମ୍ମୁ ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ସିଆଇଏସଏଫକୁ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରର କୁଲଗାମର ମୀର ବଜାରରେ ପୋଲିସ ଗତ ଶନିବାର, ହିଜବୁଲ ମୁଜାହିଦୀନର ଆତଙ୍କବାଦୀ ନଭୀଦ ବାବା ଓ ଅଲତାଫ ସହ ଡିଏସପି ଦେବେନ୍ଦ୍ର ସିଂହଙ୍କୁ ଗିରଫ କରିଥିଲା । ଏତଦ ବ୍ୟତୀତ ଜଣେ ଓକିଲ ମଧ୍ୟ ଘଟଣା ଦିନ ଗିରଫ ହୋଇଥିଲେ । ଓକିଲ ଜଣକ ଆତଙ୍କବାଦୀଙ୍କ ପାଇଁ କାମ କରୁଥିଲେ ।