ଶ୍ରୀମନ୍ଦିର ସଂସ୍କାର ପାଇଁ ପୁରୀରେ ଆଲୋଚନା ଆରମ୍ଭ କଲେ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ : ସେବାୟତଙ୍କ ବଂଶାୁନକ୍ରମିକ ସେବା ଓ ଦାନ ଉପରେ ସୁପ୍ରିମକୋର୍ଟଙ୍କୁ ଦେବେ ରିପୋର୍ଟ

49

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବି ତଥା ଶ୍ରୀମନ୍ଦିର ସଂସ୍କାର ପାଇଁ ନିଯୁକ୍ତ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଳାପାଳଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ତାପରେ ଶଙ୍କରାଚାର୍ଯ୍ୟ ଓ ଅପରାହ୍ନରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ତିନି ଜଣିଆ କମିଟି ସହ ସୁପ୍ରିମକୋର୍ଟ ଦେଇଥିବା ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା କରିବେ । ଆମିକସକ୍ୟୁାରୀଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଆସନ୍ତା ୨୪ତାରିଖରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ସଂସ୍କାର ପାଇଁ ୧୨ଟି ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ । କେଉଁ ପ୍ରସ୍ତାବକୁ ବିରୋଧ ହେଉଛି ଓ କାହିଁକି ବିରୋଧ ହେଉଛି ସେ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ଆମିକସକ୍ୟୁରୀ ।

ଗତକାଲି ରାତିରେ ଶ୍ରୀ ସୁବ୍ରମଣ୍ୟମ ପୁରୀରେ ପହଞ୍ଚିବା ପରେ ଶ୍ରୀ ସୁବ୍ରମଣ୍ୟମଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସ୍ପି ଡା.ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ସର୍କିଟ୍ ହାଉସଠାରେ ସ୍ୱାଗତ ଜଣାଇଥିଲେ । ଆମିକସକ୍ୟୁରୀଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଆସନ୍ତା ୨୪ ତାରିଖଦିନ ଶ୍ରୀମନ୍ଦିର ସଂସ୍କାର ନେଇ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।