କନକ ବ୍ୟୁରୋ : ଆଜି ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଗଜପତି ମହାରାଜଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଆମିକସ୍ କ୍ୟୁରି ଛତିଶା ନିଯୋଗ, ପୁରୀ ଜିଲ୍ଲା ଜଜ୍ ଓ ଶ୍ରୀମନ୍ଦିର ସଂସ୍କାର କମିଶନ୍ ଜଷ୍ଟିସ ବି.ପି. ଦାସଙ୍କୁ ଭେଟି ମତାମତ ନେବେ ବୋଲି ଜଣାପଡିଛି । ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଶ୍ରୀମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ବିଚାର କରିବାକୁ କହିଥିଲେ ସୁପ୍ରିମକୋର୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେଣୁ ଆଗାମୀ ୨୪ ତାରିଖରେ ପରବର୍ତ୍ତୀ ଶୁଣାଣି ବେଳେ ଗୋପାଳ ସୁବ୍ରମଣ୍ୟମ ଏନେଇ କୋର୍ଟଙ୍କୁ କଣ କହୁଛନ୍ତି ତାହା ଉତ୍କଣ୍ଠା ବଢାଉଛି । ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ପରିଚାଳନା ସଂସ୍କାର ନେଇ ସେ ତାଙ୍କ ମତାମତ ସୁପ୍ରିମକୋର୍ଟଙ୍କୁ ଦେବେ । ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବାୟତ ନିଯୁକ୍ତି ବନ୍ଦ, ସେବାୟତମାନେ ଭକ୍ତଙ୍କ ଦାନ, ଦକ୍ଷିଣା ନେବା ବନ୍ଦ ଓ ବିଶେଷ କରି ଶ୍ରୀମନ୍ଦରକୁ ଅଣହିନ୍ଦୁଙ୍କ ପ୍ରବେଶ ନେଇ ତାଙ୍କ ମତାମତ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । ଗତକାଲି ଆମିକସ୍ କ୍ୟୁରି ଶଙ୍କରାଚାର୍ଯ୍ୟଂକୁ ଭେଟିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ଭକ୍ତଙ୍କ ବେଶରେ ପହଂଚିଥିଲେ ଆମିକସ କ୍ୟୁରି । ଏହାସହ ଗତକାଲି ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ୟ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ମଧ୍ୟ ସାକ୍ଷାତ କରି ମନ୍ଦିର ବ୍ୟବସ୍ଥାବଳୀ ସଂପର୍କରେ ବିସ୍ତୃତ ଆଲୋଚନା ମଧ୍ୟ କରିଛନ୍ତି ।