କନକ ବ୍ୟୁରୋ : ଆଉ ଦିନକ ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ସନ୍ଧ୍ୟା ପ୍ରାୟ ୭ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ମୋଦିଙ୍କ ସମେତ ନୂଆ ମନ୍ତ୍ରୀମଣ୍ଡଳ ବି ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଏଥିରେ ଯୋଗ ଦେବାକୁ ଥିବା ଅତିଥିଙ୍କ ତାଲିକା ଚୂଡାନ୍ତ ହୋଇସାରିଛି । ଏଥର ମୋଦିଙ୍କ ଶପଥ ସମାରୋହରେ ବିମଷ୍ଟେକ୍ ନେତା ଯୋଗ ଦେବେ । ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୂଟାନକୁ ନିମନ୍ତ୍ରଣ କରାଯାଇଛି ।
ତେବେ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇ ନାହିଁ ା ଶପଥ ଗ୍ରହଣ ପରେ ୩୧ ତାରିଖରେ ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ ବସିବ । ମିଳିଥିବା ସୂଚନା ଅନୁସାରେ ଜୁନ୍ ୬ ତାରିଖରେ ସଂସଦର ପ୍ରଥମ ଅଧିବେଶନ ବସିପାରେ । ସେହିଦିନ ହିଁ ସଂସଦର ମିଳିତ ଅଧିବେଶନକୁ ଉଦବୋଧନ ଦେବେ ରାଷ୍ଟ୍ପତି ରାମନାଥ କୋବିନ୍ଦ । ପରେ କାମଚଳା ବାଚସ୍ପତି ନିଯୁକ୍ତ ହେବେ । ନିର୍ବାଚିତ ସାଂସଦ ମାନଙ୍କୁ ବାଚସ୍ପତି ଶପଥ ପାଠ କରାଇବେ । ଜୁନ୍ ୬ରୁ ୧୫ ତାରିଖ ଯାଏଁ ସଂସଦର ପ୍ରଥମ ଅଧିବେଶନ ବସିବା ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/d436320171b448abad1d94804d44d2b8_18.jpg)