ରାତି ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ । ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ ବାତ୍ୟା । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଅଧିକ ପ୍ରଭାବିତ ଆଶଙ୍କା । ବାତ୍ୟାଙ୍କୁ ନେଇ ଏସଆରସିଙ୍କ ତାଜା ସୂଚନା ।

838

କନକ ବ୍ୟୁରୋ : ରାତି ସାଢ଼େ ଆଠ ପରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ଆ । ଆଗାମୀ ଦୁଇ ଘଣ୍ଟା ଭିତରେ ପରାରାଦ୍ୱୀପ ଅତିକ୍ରମ କରିବ ବାତ୍ୟା । ପ୍ରାୟ ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ ବାତ୍ୟା । ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପରେ ୨୦୮ ମିମି ବର୍ଷା ରେକର୍ଡ଼ ହୋଇଛି । ଚାନ୍ଦବାଲିରେ ୬୭ ମିମି ଓ ଭୁବନେଶ୍ୱରରେ ୪୭ ମିମି ବର୍ଷା ରେକର୍ଡ଼ ହୋଇଛି । ବାତ୍ୟା ଅମ୍ଫାନଙ୍କୁ ନେଇ ତାଜା ସୂଚନା ଦେଇଛନ୍ତି ଏସଆରସି ।

ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଢ଼ିଙ୍କିଆରେ କିଛି ପାନବରଜ ନଷ୍ଟ ହୋଇଥିବା ସୂଚନା ମିଳିଛି । ଅମ୍ପାନ ପ୍ରଭାବରେ ପୁରୀରେ ୪୦ କିମି ବେଗରେ ପବନ ବହୁଛି । ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରୟ ୧ ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ, ନୟାଗଡ଼ ଓ ଗଜପତିରେ ଏବେ ସୁଦ୍ଧା କୌଣସି ପ୍ରଭାବ ନାହିଁ । ଜଗତସିହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ସେପଟେ ଭଦ୍ରକରେ ବାତ୍ୟା ଅମ୍ଫାନର ପ୍ରଭାବ ବେଶି ଦେଖିବାକୁ ମିଳିଛି । ରାସ୍ତାକଡ଼ରେ ଗଛଭାଙ୍ଗି ପଡ଼ିବା ସହ ରାସ୍ତା ଘାଟ ଯାମ୍ ହୋଇଛି । ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ମଧ୍ୟ ଲାଗି ରହିଛି । ଗଛ କାଟିବା କାମରେ ଲାଗଛନ୍ତି ଏନଡ଼ିଆରଫ ଟିମ୍ ।