ଆସିଲା ଫସଲହାନୀ କ୍ଷୟକ୍ଷତି ରିପୋର୍ଟ : ରୋଗପୋକ ଓ ସ୍ୱଳ୍ପବୃଷ୍ଟି ଯୋଗୁଁ ଫସଲ ନଷ୍ଟ ହୋଇଥିବା ସୂଚନା ଦେଲେ ଏସଆରସି

ସମସ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

78

କନକ ବ୍ୟୁରୋ : ଆସିଲା ୫ ଜିଲ୍ଲାର ଫସଲ କ୍ଷୟକ୍ଷତି ରିପୋର୍ଟ । କଳାହାଣ୍ଡି, ସମ୍ବଲପୁର, ନୂଆପଡା , ବଲାଙ୍ଗୀର ଓ ଦେବଗଡ ଜିଲ୍ଲାରୁ ଏହି ରିପୋର୍ଟ ଆସିଛି । ସ୍ୱଳ୍ପବୃଷ୍ଟି ଯୋଗୁଁ କଳାହାଣ୍ଡି, ସମ୍ବଲପୁର ଓ ନୂଆପଡାରେ ଏବଂ ରୋଗପୋକ ଯୋଗୁଁ ବଲାଙ୍ଗୀର ଓ ଦେବଗଡରେ ଫସଲହାନୀ ହୋଇଛି । ବଲାଙ୍ଗୀର ଓ ଦେବଗଡର ୧୫ ବ୍ଲକର ୧୫ ଶହ ୬୭ ଗାଁରେ ୧୦ ହଜାର ୪ ଶହ ୫୬ ହେକ୍ଟର ଜମିରେ ରୋଗପୋକରୁ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି ।

ସେହିଭଳି ସ୍ୱଳ୍ପବୃଷ୍ଟି ଯୋଗୁଁ କଳାହାଣ୍ଡି, ସମ୍ବଲପୁର ଓ ନୂଆପଡାରେ ୨୧ଟି ବ୍ଲକର ୬୭ହଜାର ୫ଶହ ୭୬ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛିା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ରିପୋର୍ଟକୁ ଭିତ୍ତିକରି ଏହି ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।