କନକ ବ୍ୟୁରୋ : ଏସିସି ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ ଥାଇଲାଣ୍ଡରେ ଅନୁଷ୍ଠିତ ହେବ । ପୂର୍ବରୁ ଏହି ପ୍ରତିଯୋଗିତା ଶ୍ରୀଲଙ୍କାରେ ହେବାକୁ ଥିବାବେଳେ ଏବେ ତାହା ଥାଇଲାଣ୍ଡକୁ ସ୍ଥାନାନ୍ତରୀତ କରାଯାଇଛି । ଏହି ପ୍ରତିଯୋଗିତା ଫେବ୍ରୁଆରି ୧୩ରୁ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚ ମ୍ୟାଚ ପାକିସ୍ତାନ ଓ ନେପାଳ ମଧ୍ୟରେ ଖେଳାଯିବ । ସେହିଦିନ ଆଉ ଏକ ମ୍ୟାଚ ଭାରତ-ଏ ଓ ୟୁଏଇ ମଧ୍ୟରେ ଖେଳାଯିବ । ସେହିପରି ଫେବ୍ରୁଆରି ୧୫ରେ ଭାରତ-ଏ ଓ ପାକିସ୍ତାନ-ଏ ମଧ୍ୟରେ ମୁକାବିଲା ହେବ ।

Advertisment

ଅଧିକ ପଢ଼ନ୍ତୁ : ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ, ନାଗପୁରରେ ସନ୍ଧ୍ୟାରେ ଖେଳାଯିବ ପ୍ରଥମ ମ୍ୟାଚ

ଏଥର ଏହି ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଉଥିବାବେଳେ ସେଗୁଡ଼ିକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ-ଏରେ ଭାରତ ଓ ପାକିସ୍ତାନ ସମେତ ନେପାଳ ଓ ୟୁଏଇ ଅଛନ୍ତି । ସେହିପରି ଗ୍ରୁପ-ବିରେ ଶ୍ରୀଲଙ୍କା, ଥାଇଲାଣ୍ଡ, ମାଲେସିଆ ଓ ବାଂଲାଦେଶ ଅଛନ୍ତି । ପ୍ରତି ଗ୍ରୁପରୁ ୨ଟି ଦଳ ସେମିଫାଇନାଲକୁ ଯିବେ । ଫାଇନାଲ ୨୨ ଫେବ୍ରୁଆରିରେ ଖେଳାଯିବ । ୨୦୨୩ରେ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ଓ ଭାରତ-ଏ ଚାମ୍ପିୟନ ହୋଇଥିଲା । ସୂଚନାଯୋଗ୍ୟ ଯେ ମୁଖ୍ୟତଃ ଯୁବ ଓ ଉଦୀୟମାନ ଖେଳା​ଳିଙ୍କୁ ନେଇ ଏହି ପ୍ରତିଯୋଗିତା ଉଭୟ ପୁରୁଷ ଓ ମହିଳା ବର୍ଗରେ ଆୟୋଜିତ ହୋଇଥାଏ ।