କନକ ବ୍ୟୁରୋ: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତ । ଦିନିକିଆ ସିରିଜରେ ପ୍ରତିଶୋଧ ନେବା ଲକ୍ଷରେ ସୂର୍ଯ୍ୟବାହୀନୀ । ୫ ଟିକିଆ ଟ୍ରେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବୁଧବାର ନାଗପୁରର ବିଦର୍ଭରେ ଖେଳାଯିବ। ଏହି ମ୍ୟାଚ୍ ସଂଧ୍ୟା ୭ଟାରୁ ଆରମ୍ଭ ହେବ। ଦିନିକିଆ ଶୃଙ୍ଖଳାକୁ ୧-୨ରେ ହାରିବା ପରେ ଭାରତ ଏହି ଶୃଙ୍ଖଳା ଜିତି ସମ୍ମାନ ରଖିବାକୁ ଚେଷ୍ଟା କରିବ। ଟ୍ରେଣ୍ଟି-୨୦ ବିଶ୍ଵକପ୍ ପୂର୍ବରୁ ଏହା ଶେଷ ସିରିଜ ହୋଇଥିବାରୁ ଭାରତ ପାଇଁ ଏହା ବହୁତ ଗୁରୁତ୍ବପୂର୍ଣ୍ଣ । ଆତ୍ମବିଶ୍ଵାସ ବଢ଼ାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ। ଆଉ ପ୍ରାୟ ଦୁଇ ସପ୍ତାହ ପରେ ଟ୍ରେଣ୍ଟି-୨୦ ବିଶ୍ୱକପ୍ ଆରମ୍ଭ ହେଉଥିବାରୁ ଏହି ଶୃଙ୍ଖଳା ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ଵପୂର୍ଣ ମନେକରାଯାଇଛି ।
ଅଧିକ ପଢନ୍ତୁ : ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ୱେଣ୍ଟି-୨୦ ବୁଧବାର; ନଜରରେ ରହିବେ ସୂର୍ଯ୍ୟକୁମାର
ଭାରତୀୟ ଟିମକୁ ଫେରିଛନ୍ତି ଯଶପ୍ରୀତ୍ ବୁମ୍ରା, ଅକ୍ଷର ପଟେଲ ଓ ହାଦିକ ପାଣ୍ଡ୍ୟା । ଦଳକୁ ଫେରିଥିବା ଈଶାନ କିଶନ ୩ ନମ୍ବର ସ୍ଥାନରେ ଖେଳିବେ ବୋଲି କହିଛନ୍ତି ସୂର୍ଯ୍ୟକୁମାର। ଏହି ଶୃଙ୍ଖଳା ମାଧ୍ୟମରେ ଭାରତୀୟ ଦଳ ନିଜର ବିଶ୍ଵକପ୍ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେଇପାରିବ। ସୂର୍ଯ୍ୟକୁମାରଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଭଲ ନଥିଲେ ବି ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଟ୍ରେଣ୍ଡି-୨୦ ଫର୍ମାଟ୍ରେ ଭଲ ପ୍ରଦର୍ଶନ କରିଚାଲିଛି। ୨୦୨୪ରେ ସୂର୍ଯ୍ୟକୁମାର ଭାରତୀୟ ଟେଣ୍ଟି-୨୦ ଦଳର ଅଧିନାୟକ ନିଯୁକ୍ତ ହେବା ପରଠାରୁ ଏହି ଫର୍ମାଟ୍ରେ ଭାରତର ବିଜୟହାର ୭୨ ପ୍ରତିଶତ ରହିଛି, ଯାହାକୁ ସନ୍ତୋଷଜନକ ବୋଲି କୁହାଯାଇପାରିବ। ଅନ୍ୟପକ୍ଷରେ ଭାରତରେ ଐତିହାସିକ ଦିନିକିଆ ଶୃଙ୍ଖଳା ଜିତିବା ପରେ ନ୍ୟୁଜିଲାଣ୍ଡ ଦଳର ମନୋବଳ ଦୃଢ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/21/t20-series-2026-01-21-07-43-37.jpg)