Litton Das Photograph: (Internet)
କନକ ବ୍ୟୁରୋ : ଆଗାମୀ ଟ୍ୱେଣ୍ଟି-୨୦ ବିଶ୍ୱକପ୍ କ୍ରିକେଟରେ ବାଂଲାଦେଶର ଅଂଶଗ୍ରହଣ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଥିବାବେଳେ ଦଳର ଅଧିନାୟକ ଲିଟନ ଦାସଙ୍କ ଏକ ବୟାନ ଏହି ଅନିଶ୍ଚିତତାକୁ ବଢାଇଦେଇଛି । ଦଳର ବିଶ୍ୱକପ୍ ପ୍ରସ୍ତୁତିକୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସତରେ କଣ ଆମେ ବିଶ୍ୱକପ୍ ଖେଳିବୁ ?
ମୀରପୁରରେ ମଙ୍ଗଳବାର ଆୟୋଜିତ ବାଂଲାଦେଶ ପ୍ରିମିୟର ଲିଗ୍ (ବିପିଏଲ)ର ଏକ ମ୍ୟାଚ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଯେ ଏପରି ପିଚ୍ରେ ଖେଳିବା ବାଂଲାଦେଶର ବିଶ୍ୱକପ ପ୍ରସ୍ତୁତି ଲାଗି ସହାୟକ ହେବ କି ? ଏହାର ଉତ୍ତରରେ ସେ ଏକ ପାଲଟା ପ୍ରଶ୍ନ ପଚାରିଥିଲେ "ଆପଣ କଣ ନିଶ୍ଚିତ ଯେ ଆମେ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଖେଳିବୁ ? ବିଶ୍ୱକପ ପାଇଁ ଆହୁରି ଅନେକ ସମୟ ଅଛି । ଆମେ ଖେଳିବୁ କି ନା ତାହା ମଧ୍ୟ ନିଶ୍ଚିତ ନୁହେଁ । କିନ୍ତୁ ମୁଁ କହିପାରିବି ନାହିଁ ଯେ ଏପରି ପିଚ୍ ଆମକୁ ସହାୟକ ହେବ କି ନା । ଆମକୁ ଏକ ଭଲ ପିଚ୍ ଦରକାର ଥିଲା ।"
ଅଧିକ ପଢ଼ନ୍ତୁ : ଟ୍ବେଣ୍ଟି-୨୦ ବିଶ୍ବକପ ଖେଳିବ କି ନାହିଁ ୨୧ ତାରିଖ ସୁଦ୍ଧା ଜଣାଅ: ବିସିବିକୁ କହିଲା ଆଇସିସି
ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଆଗାମୀ ଟ୍ୱେଣ୍ଟି-୨୦ ବିଶ୍ୱକପ ଖେଳିବାକୁ ଭାରତ ଆସିବାକୁ ଘୋଷଣା କରିଛି । ଭାରତ ବଦଳରେ ତାହାର ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କା ସ୍ଥାନାନ୍ତର ପାଇଁ ଆଇସିସିକୁ ଅନୁରୋଧ କରିଥିଲେ ବି ଆଇସିସି ସେଥିପାଇଁ ରାଜି ହେଉନାହିଁ । ଏପରି ସ୍ଥିତିରେ ବାଂଲାଦେଶର ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗତକାଲି ବାଂଲାଦେଶର କ୍ରୀଡ଼ା ଓ ଯୁବ ବ୍ୟାପାର ପରାମର୍ଶଦାତା ଆସିଫ ନଜରୁଲ କହିଥିଲେ ଯେ ଭାରତ ଗସ୍ତ କରିବାର ପ୍ରଶ୍ନ ଉଠୁନାହିଁ । ବିସିସିଆଇ ଚାପରେ ଆଇସିସିର ଅନ୍ୟାପୂର୍ଣ୍ଣ ସର୍ତ୍ତ ବାଂଲାଦେଶ ମାନିବ ନାହିଁ ।
Follow Us