କନକ ବ୍ୟୁରୋ : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଉତ୍କଳ ଓଡ଼ିଶା ଓପନ୍ ଟେନିସ୍ ପ୍ରତିଯୋଗିତାର ମହିଳା ଓ ବାଳିକା ବଗର୍ରେ ଏସ୍କେ ସାଜ୍ଫା ବିଜୟିନୀ ହୋଇ ଦ୍ୱିମୁକୁଟ କରାୟତ୍ତ କରିଛନ୍ତି । ରବିବାର ମହିଳା ଏକକ ଫାଇନାଲ୍ରେ ସାଜ୍ଫା ୬-୨, ୬-୨ ସେଟ୍ରେ ପ୍ରିଶା ଦାସଙ୍କୁ ଏବଂ ବାଳିକାରେ ୬-୦, ୬-୦ ସେଟ୍ରେ ସାଂରଚନଣା ଦାସଙ୍କୁ ହରାଇଥିଲେ ।
ସେହିଭଳି ପୁରୁଷ ଏକକରେ ଆଦିତ୍ୟ ଶତପଥୀ ୬-୩, ୬-୨ ସେଟ୍ରେ ଆହାନ ମିଶ୍ରଙ୍କୁ ଏବଂ ବାଳକରେ ସୂର୍ଯ୍ୟପ୍ରତାପ ନାଏକ ୬-୩, ୬-୨ ସେଟ୍ରେ ସୂୟାଶ ପଟ୍ଟନାୟକଙ୍କୁ ହରାଇ ଟ୍ରଫି ଜିତିଛନ୍ତି । ପୁରୁଷ ଯୁଗଳରେ ଅଂଶୁ ଭୂୟାଁ ଓ ଚିନ୍ମୟ ପ୍ରଧାନ ୬-୩, ୬-୧ ସେଟ୍ରେ ରାହୁଲ ବେହେରା ଓ ଆଦିତ୍ୟ ମହାପାତ୍ରଙ୍କୁ, ୪୦ ବର୍ଷରୁ ଅଧିକରେ ମନୋଜ ଦାସ ଓ ପ୍ରଦ୍ୟୁମ୍ନ ମଲ୍ଲ ୯-୬ରେ ପ୍ରଶାନ୍ତ ପାତ୍ର ଓ ଅର୍ଜୁନ ସାହୁଙ୍କୁ ୫୦ ବର୍ଷରୁ ଅଧିକରେ ବିବେକ ତିବରେୱାଲ ଓ ଶାଶ୍ୱତ ଜେନା ୯-୪ରେ ଜିତେନ ମହାନ୍ତି ଓ ଅଜୟ ସାହୁଙ୍କୁ, ୬୦ ବର୍ଷରୁ ଅଧିକରେ ଏସ୍ଏସ୍ ରଥ ସଞ୍ଜୟ ସାହୁ ୯-୨ରେ ଗଙ୍ଗାଧର ଲେଙ୍କା ଓ ସଞ୍ଜୟ ଶତପଥୀଙ୍କୁ ପରାସ୍ତ କରିଥିଲେ ଟ୍ରଫି ହାତେଇଛନ୍ତି ।
ଅଧିକ ପଢ଼ନ୍ତୁ : ଅସ୍ମିତା ଭାରୋତ୍ତୋଳନ ଲିଗ୍: ଓଡ଼ିଶାର ପଦକ ଅମଳ ଜାରି
ଏହି ଅବସରରେ ଶ୍ୟାମସୁନ୍ଦର ହାଁସ୍ଦା ଓ ରଜନୀକାନ୍ତ ନାୟକଙ୍କୁ ଜୀବନବ୍ୟାପୀ ସଫଳତା ପୁରସ୍କାର ମିଳିଥିଲା । ଅନ୍ୟ ସ୍ୱତନ୍ତ୍ର ପୁରସ୍କାର ସୂର୍ଯ୍ୟପ୍ରତାପ ନାୟକ (ସ୍ପୋର୍ଟ୍ସ ମ୍ୟାନ୍ ସ୍ପିରିଟ୍), ଆହାନ ମିଶ୍ର (ସବୁଠୁ ଭଲ ପୋଷାକ) ଓ ସାଜ୍ଫା (ଆଗାମୀ ଖେଳାଳି) ପାଇଥିଲେ । ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ଡିଜିପି ସଞ୍ଜୀବ ମାରିକ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଏସିଇ ଟେନିସ୍ କ୍ଲବ୍ ସଭାପତି ପ୍ରକାଶ ଚାନ୍ଦ ଭୁରା, ସମ୍ପାଦକ ନବରନ୍ନ ବୋଥ୍ରା, ପରିଚାଳନା ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/11/tennis-game-2026-01-11-21-38-31.jpg)