କନକ ବ୍ୟୁରୋ : ଉତ୍ତରପ୍ରଦେଶର ମୋଦୀନଗରଠାରେ ଚାଲିଥିବା ଅସ୍ମିତା ମହିଳା ଭାରୋତ୍ତୋଳନ ଲିଗ୍‌ରେ ଓଡ଼ିଶାର ପଦକ ଅମଳ ଜାରି ରହିଛି । ରବିବାର ଶ୍ୱେତାଲିନା ମହାନ୍ତି ୫୩ କିଲୋଗ୍ରାମ୍‌ର ଯୁବ ଓ କନିଷ୍ଠ ବର୍ଗରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାକରି ସେ ମୋଟ ୩୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଛନ୍ତି । ସେହିଭଳି ୬୯ କିଲୋଗ୍ରାମ୍‌ରେ ରିମ୍‌ଝିମ୍‌ ନାୟକ କନିଷ୍ଠ ବର୍ଗରେ କାଂସ୍ୟ ଏବଂ ବରିଷ୍ଠ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ : ହକି ଇଣ୍ଡିଆ ଲିଗ୍‌: କଳିଙ୍ଗ ଲାନ୍‌ସର୍ସର ହ୍ୟାଟ୍ରିକ୍‌ ବିଜୟ

୭୭ କିଲୋଗ୍ରାମରେ ପ୍ରତିଭାରାଣୀ ପାତ୍ର ଯୁବବର୍ଗରେ କାଂସ୍ୟ ପଦକ ପାଇ ୧୦,୦୦୦ ଟଙ୍କା ଜିତିଛନ୍ତି । ଏହା ପୂର୍ବରୁ ଅଙ୍କିତା ପ୍ରଧାନ ୫୮ କିଲୋଗ୍ରାମ୍‌ର ଯୁଗବର୍ଗରେ ସ୍ୱର୍ଣ୍ଣ ଏବଂ କନିଷ୍ଠରେ କାଂସ୍ୟ ପଦକ ଜିତିଥିଲେ । ସେହିଭଳି ବନିତା ନାୟକ ପୂର୍ବରୁ ତିନିଟି ରୌପ୍ୟ ପଦକ ଜିତି ନେଇଥିଲେ । ଏହି ସଫଳତା ଲାଗି ସମସ୍ତ ଖେଳାଳିଙ୍କୁ ଓଡ଼ିଶା ଭାରୋତ୍ତୋଳନ ସଂଘର ସଭାପତି ଇଂ ଚିତ୍ତରଂଜନ ସ୍ୱାଇଁ ଅଭିନନ୍ଦନ ଜଣାଇଛନ୍ତି ।