କନକ ବ୍ୟୁରୋ: ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଓ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମଧ୍ୟରେ ବିବାଦ ବଢିବାରେ ଲାଗିଛି । ବିସିବି ଏବେ ଆଉ ଏକ ପ୍ରସଙ୍ଗକୁ ନେଇ ଆଇସିସିକୁ ସମାଲୋଚନା କରିଛି । ଜିମ୍ବାଓ୍ବେରେ ଚାଲିଥିବା ୧୯ ବର୍ଷରୁ କମ ପୁରୁଷ ବିଶ୍ବକପରେ ବାଂଲାଦେଶ ଦଳ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଛି ବୋଲି ବିସିବି ଅଭିଯୋଗ କରିଛି ।
ଅଧିକ ପଢ଼ନ୍ତୁ : ଆଜି ଭାରତ ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦
୧୯ ବର୍ଷରୁ କମ ବିଶ୍ବକପର ସୁପର ସିକ୍ସ ମ୍ୟାଚରେ ଇଂଲଣ୍ଡଠାରୁ ୭ ଓ୍ବିକେଟରେ ପରାଜୟ ବରଣ କରିବା ପରେ ବାଂଲାଦେଶ ଏହି ପ୍ରତିଯୋଗିତାର ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି । ଏହି ପରାଜୟ ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ ଆଇସିସିକୁ ସମାଲୋଚନା କରାଯାଇଛି । ବିସିସିବର କ୍ରୀଡ଼ା ଉନ୍ନୟନ ସଂଯୋଜକ ହବୁବୁଲ ବସର କହିଛନ୍ତି ଯେ ଆଇସିସିର କ୍ଲାନ୍ତିଜନକ ଭ୍ରମଣସୂଚୀ ଯୋଗୁଁ ବାଂଲାଦେଶ ଦଳ ପ୍ରତିଯୋଗିତାରେ ଆଶାନୁରୂପ ପ୍ରଦର୍ଶନ କରିପାରିଲା ନାହିଁ । ବାଂଲାଦେଶ ଜାନୁଆରି ୧୭ରେ ନିଜର ପ୍ରଥମ ମ୍ୟାଚ ଭାରତ ବିପକ୍ଷରେ ବୁଲାବାୟୋଠାରେ ଖେଳିଥିଲା ।
ଅଧିକ ପଢ଼ନ୍ତୁ : ଦେୟ କମାଇବ ହକି ଇଣ୍ଡିଆ ଲିଗ୍
ବସର କହିଛନ୍ତି ଯେ ଭାରତ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ପୂର୍ବରୁ ବାଂଲାଦେଶ ନିଜର ଦୁଇଟି ଓ୍ବାର୍ମଅପ ମ୍ୟାଚ୍ ମାସଭିଙ୍ଗୋରେ ଖେଳାଯିବାର ଥିଲା। ସେଠାରୁ ଦଳ ବୁଲାବାୟୋ ଯାତ୍ରା କରି ନିଜର ପ୍ରଥମ ମ୍ୟାଚ ଖେଳିଥାନ୍ତା । କିନ୍ତୁ ଶେଷ ମୁହୂର୍ତ୍ତରେ ଆଇସିସି ପକ୍ଷରୁ ଓ୍ବାର୍ମ-ଅପ୍ ମ୍ୟାଚ ଦୁଇଟିକୁ ଅଲଗା ଅଲଗା ସ୍ଥାନରେ ଖେଳିବାକୁ କୁହାଯାଇଥିଲା। ଉଭୟ ସ୍ଥାନ ପରସ୍ପରଠାରୁ ଦୂରରେ ଥିଲେ ବି ବସରେ ଯିବାର ବ୍ୟବସ୍ଥା କରାଯାଇଥିଲା । ଏ ନେଇ ଆଇସିସିକୁ ଅଭିଯୋଗ କଲେ ବି କୌଣସି ଲାଭ ମିଳିନଥିଲା । ପରେ ବସଯାତ୍ରା ଜନିତ କ୍ଲାନ୍ତିରୁ ରକ୍ଷା ପାଇବା ପାଇଁ ବୋର୍ଡ ନିଜ ଖର୍ଚ୍ଚରେ ଏକ ବିମାନ ବ୍ୟବସ୍ଥା କରି ଦଳକୁ ପଠାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/28/ss-2026-01-28-17-14-37.jpg)