କନକ ବ୍ୟୁରୋ : ମୁମ୍ବାଇ ମହାନଗର ନିଗମ ନିର୍ବାଚନ ଚଳିତ ମାସ ୧୫ରେ ଅନୁଷ୍ଠିତ ହେବାକୁ ଯାଇଛି । ଏହାର ପ୍ରଭାବ ଏଠାରେ ଚାଲିଥିବା ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍) ପଡ଼ିବାର ସମ୍ଭାବନା ରହିଛି । ନିର୍ବାଚନ ଲାଗି ସ୍ଥାନୀୟ ପୁଲିସ ଆବଶ୍ୟକ ସୁରକ୍ଷା ଦେବାକୁ ରାଜି ନାହାନ୍ତି । ପୁଲିସ ମଧ୍ୟ ସୁରକ୍ଷା ଯୋଗାଇ ପାରିବନି ଏହାର ବକଳ୍ପ ବ୍ୟବସ୍ଥା ଲାଗି ବିସିସିଆଇକୁ କହି ଦେଇଛି ।
ତେଣୁ ସଂପ୍ରତି ବିସିସିଆଇ ପାଖରେ ମ୍ୟାଚ୍ ତାରିଖ ବଦଳାଇବା ପାଇଁ ସମୟ ନଥିବାରୁ ୧୪ ଓ ୧୫ ତାରିଖ ଏଠାରେ ଖେଳାଯିବାକୁ ଥିବା ଡବ୍ଲ୍ୟୁପିଏଲ୍ର ଦୁଇଟି ମ୍ୟାଚ୍ ବିନା ଦର୍ଶକରେ କରିବାକୁ ବୋର୍ଡ ଚିନ୍ତା କରୁଛି । ବିସିସିଆଇ ସମ୍ପାଦକ ଏକ ସାକ୍ଷାତ୍କାରରେ କହିଛନ୍ତି, ‘‘ଆମେ ଏହି ଦୁଇଟି ମ୍ୟାଚ୍ ବିନା ଦର୍ଶକରେ କରାଇବୁ । ପୁଲିସ ଆମକୁ କହିବା ପରେ ଆମେ ଏଭଳି ଚିନ୍ତା କରିଛୁ । ହେଲେ କୌଣସି ପ୍ରକାର ଚୂଡ଼ାନ୍ତ ନିଷ୍ପତ୍ତି ଏବେ ସୁଦ୍ଧା ହୋଇନି’’ ।
ଅଧିକ ପଢ଼ନ୍ତୁ : ଟ୍ବେଣ୍ଟି-୨୦ କ୍ରିକେଟରେ ନୂଆ ଇତିହାସ, ଏକାଠି ବ୍ୟାଟିଂ କଲେ ବାପ-ପୁଅ ଯୋଡ଼ି
ବିସିସିଆଇ ଯଦି ବନ୍ଦ କୋଠରିରେ ମ୍ୟାଚ୍ କରେ ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ୟୁପି ୱାରିୟର୍ଜ (ଜାନୁଆରି ୧୪) ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ୱାରିୟର୍ଜ (ଜାନୁଆରି ୧୫) ମ୍ୟାଚ୍କୁ ଦର୍ଶକ ହାତଛଡ଼ା କରିବେ । ଏଥିସହ ଗୁଜରାଟ ଜାଏଣ୍ଟ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଜାନୁଆରି ୧୬) ମ୍ୟାଚ୍ ମଧ୍ୟ ବନ୍ଦ କୋଠରିରେ ଖେଳାଯିବାର ସମ୍ଭାବନା ରହିଛି । କାରଣ ଏହି ୩ ଦିନର ଟିକେଟ୍ ଡବ୍ଲ୍ୟୁପିଏଲ୍ ଅନ୍ଲାଇନ୍ ଟିକେଟ୍ ପ୍ଲାଟ୍ଫର୍ମରେ ସଂପ୍ରତି ବିକ୍ରି ଲାଗି ଉପଲବ୍ଧ ନାହିଁ । ଡବ୍ଲ୍ୟୁପିଏଲ୍ର ଏହି ଚତୁର୍ଥ ସଂସ୍କରଣର ପ୍ରଥମ ପର୍ଯ୍ୟାୟ ୧୭ ତାରିଖ ପର୍ଯ୍ୟନ୍ତ ନବି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ୍ରେ ଖେଳାଯିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ସହ ଫାଇନାଲ୍ ମ୍ୟାଚ୍ ବଦୋଦରାରେ ଅନୁଷ୍ଠିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/12/wpl-matches-2026-01-12-21-09-50.jpg)