କନକ ବ୍ୟୁରୋ: କ୍ରିକେଟ ଦୂନିଆରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବାପ-ପୁଅ ଯୋଡ଼ି ମହମ୍ମଦ ନବି ଓ ହାସାନ ଏଇସାଖିଲ୍ । ଏକ ପ୍ରମୁଖ ଟ୍ବେଣ୍ଟି-୨୦ ଲିଗରେ ଗୋଟିଏ ମ୍ୟାଚରେ ଏକାଠି ବ୍ୟାଟିଂ କରିବାରେ ସେମାନେ ବିଶ୍ବର ପ୍ରଥମ ବାପ-ପୁଅ ଯୋଡ଼ି ହୋଇଛନ୍ତି । ଗତ ରବିବାର ବାଂଲାଦେଶ ପ୍ରିମିୟର ଲିଗ (ବିପିଏଲ) ଅନ୍ତର୍ଗତ ନୋଆଖାଲି ଏକ୍ସପ୍ରେସ ଓ ଢାକା କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ଏକ ଟି-ଟ୍ୱେଣ୍ଟି ମ୍ୟାଚରେ ଏହି ବାପ-ପୁଅ ଏକାଠି ବ୍ୟାଟିଂ କରି ୫୩ ରନର ଏକ ପାର୍ଟନରସିପ କରିଥିଲେ । ଏହି ମ୍ୟାଚରେ ଏଇସାଖିଲ୍ ୯୨ ରନ କରିଥିବାବେଳେ ନବି ୧୭ ରନ କରିଥିଲେ । ଏଇସାଖିଲଙ୍କ ଏହି ୯୨ ରନ ଓ ସୌମ୍ୟ ସରକାରଙ୍କ ୪୮ ରନ ଇନିଂସ ବଦଳରେ ନୋଆଖାଲି ଏକ୍ସପ୍ରେସ ୪୧ ରନରେ ବିଜୟ ହାସଲ କରିଥିଲା ।
ଏହା ବି ପଢ଼ନ୍ତୁ: ବିଶ୍ବକପ୍ ବିବାଦକୁ ନେଇ ବାଂଲାଦେଶ କ୍ରିକେଟ୍ରେ ଝଡ଼
ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ କୌଣସି ବାପ-ପୁଅ ଯୋଡ଼ି ଗୋଟିଏ ମ୍ୟାଚରେ ଏକାଠି ବ୍ୟାଟିଂ କରିନାହାନ୍ତି । ତେବେ ପ୍ରଥମ ଶ୍ରେଣୀ କ୍ରିକେଟରେ ବାପ-ପୁଅ ଯୋଡ଼ି ଖେଳିବାର ଉଦାହରଣ ପୂର୍ବରୁ ରହିଛି । ୧୯୩୧ରେ ୟର୍କସାୟାର ଓ ଗ୍ଲାମରଗାନ ମଧ୍ୟରେ ଅନୁଷ୍ଠିତ ଏକ କାଉଣ୍ଟି ମ୍ୟାଚରେ ବାପ-ପୁଅ ଯୋଡ଼ି ଜର୍ଜ ହିଷ୍ଟ ଓ ଗେରାଲ୍ଡ ହିଷ୍ଟ ଏକାଠି ବ୍ୟାଟିଂ କରିଥିଲେ । ଏହା ପ୍ରଥମ ଶ୍ରେଣୀ କ୍ରିକେଟରେ ରେକର୍ଡ ହୋଇଥିବା ପ୍ରଥମ ବାପ-ପୁଅ ଯୋଡ଼ି ବ୍ୟାଟିଂ । ସେହିପରି ଅଷ୍ଟ୍ରେଲିଆର ପ୍ରଥମ ଶ୍ରେଣୀ କ୍ରିକେଟରେ ଜ୍ୟାକ୍ ଗ୍ରିଗୋରି ଓ ଡେଭିଡ୍ ଗ୍ରିଗୋରି ନ୍ୟୁସାଉଥ ଓ୍ବେଲ୍ସ ପକ୍ଷରୁ ଏକାଠି ଖେଳୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/01/12/father-son-duo-2026-01-12-12-43-04.jpg)