କନକ ବ୍ୟୁରୋ : ଆମେରିକାର ଫୁଟ୍‌ବଲର୍‌ ତ୍ରିନିଟି ରଡମାନ୍‌ ସବୁଠୁ ଅଧିକ ଦରମା ପାଉଥିବା ମହିଳା ଫୁଟ୍‌ବଲର୍‌ ହେବାର ଗୌରବ ଅର୍ଜନ କରିଛନ୍ତି । ଜାତୀୟ ମହିଳା ସକ୍କର ଲିଗ୍‌ (ଏନ୍‌ଡବ୍‌ଲ୍ୟୁଏସ୍‌ଏଲ୍‌)‌ ଲାଗି ଏହି ପରୱାର୍ଡ ଖେଳାଳି ୱାସିଂଟନ୍‌ ସ୍ପିରିଟ୍‌ ସହ ୩ ବର୍ଷ ପାଇଁ ଚୁକ୍ତି କରିଛନ୍ତି । ପ୍ରତିବର୍ଷ ତାଙ୍କୁ ଦରମା ବାବଦରେ ୱାସିଂଟନ୍‌ ସ୍ପିରିଟ୍‌ ୨୦ଲକ୍ଷ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୧୮.୫୦ କୋଟି ଟଙ୍କା ଦେବ ।

Advertisment

ଅଧିକ ପଢ଼ନ୍ତୁ : ରଣଜୀ ଟ୍ରଫି : ସରଫରାଜଙ୍କ ଦ୍ୱିଶତକ

ତ୍ରିନିଟି ହେଉଛନ୍ତି ପୂର୍ବତନ ଏନ୍‌ବିଏ ତାରକା ଡେନିସ ରଡମାନଙ୍କ ଝିଅ । ୨୦୨୧ରେ ୧୮ ବର୍ଷ ବୟସରେ ସ୍ପିରିଟ୍‌ ପକ୍ଷରୁ ଖେଳି ଦଳକୁ ଏନ୍‌ଡବ୍‌ଲ୍ୟୁଏସ୍‌ଏଲ୍‌ ଟ୍ରଫି ଭେଟି ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଏଥିସହ ସେହି ‘ବର୍ଷ ରୁକି ଅଫ୍‌ ଦ ଇୟର’ ପୁରସ୍କାର ପାଇଥିଲେ ତ୍ରିନିଟି । ସେ ମଧ୍ୟ ୨୦୨୪ରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦଳର ସଦସ୍ୟ ଥିଲେ ।