କନକ ବ୍ୟୁରୋ : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ମୁମ୍ବାଇ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ-ଡିର ଏକ ମ୍ୟାଚରେ ଦ୍ୱିଶତକ ଅର୍ଜନ କରିଛନ୍ତି ମୁମ୍ବାଇ ବ୍ୟାଟର ସରଫରାଜ୍ ଖାଁ । ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ତାଙ୍କର ୫ମ ଦ୍ୱିଶତକ । ସେ ମାତ୍ର ୨୦୬ଟି ବଲରୁ ଏହି ଦ୍ୱିଶତକ ହାସଲ କରିଛନ୍ତି । ତାଙ୍କର ଏହି ଦ୍ୱିଶତକ ସହ ସେ ପୁଣି ଥରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଛନ୍ତି ।
ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ହାଇଦ୍ରାବାଦ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ସରଫରାଜଙ୍କ ଦ୍ୱିଶତକ ଓ ଶିଦ୍ଧେଶ ଲାଡ୍ଙ୍କ ଦ୍ୱିଶତକ ବଳରେ ୫୬୦ ରନ କରି ଅଲଆଉଟ ହୋଇଯାଇଥିଲା । ସରଫରାଜ ୨୨୭ ରନ କରିଥିବାବେଳେ ଶିଦ୍ଧେଶ ୧୦୪ ରନ କରିଥିଲେ । ସେହିପରି ଆକାଶ ଆନନ୍ଦ ଓ ମୁକେଶ ଅଙ୍କୋଲେକର ୩୫ ରନ ଲେଖାଏଁ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ସିଟିଏଲ୍ ରକ୍ଷନ୍ ୪ଟି ୱିକେଟ ନେଇଥିବାବେଳେ ରୋହିତ ରାୟଡୁ ୨ଟି ୱିକେଟ୍ ନେଇଥିଲେ ।
ଅଧିକ ପଢ଼ନ୍ତୁ : ପାଣି ପିଇବାକୁ ଯାଇ ରନ୍ ଆଉଟ୍ ହେଲେ ବେଙ୍ଗଲ୍ ବ୍ୟାଟର ଅଭିମନ୍ୟୁ ଇଶ୍ବରନ୍
ମୁମ୍ବାଇର ୫୬୦ ରନ ଜବାବରେ ବ୍ୟାଟିଂ କରିବାକୁ ବ୍ୟାଟିଂ ଆରମ୍ଭ କରିଥିବା ହାଇଦ୍ରବାଦ ସର୍ବଶେଷ ସୂଚନା ଅନୁସାରେ ୨ ୱିକେଟ୍ ହରାଇ ୪୬ ରନ କରିଛି । ଏହି ଲଢୁଆ ଦ୍ୱିଶତକ ସହ ସରଫରାଜ୍ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୦୦୦ ରନ ପୂରଣ କରିଛନ୍ତି । ସେ ପ୍ରଥମ ଶ୍ରେଣୀରେ ୬୧ଟି ମ୍ୟାଚ ଖେଳିବା ସହ ୧୭ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ନିଜର ଏହି ଚମତ୍କାର ଫର୍ମ ବଜାୟ ରଖି ସେ ପୁଣି ଥରେ ଜାତୀୟ ଟେଷ୍ଟ ଦଳ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି । ଶେଷ ଥର ପାଇଁ ସେ ୨୦୨୪ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଖେଳିଥିଲେ । ସେହି ମ୍ୟାଚର ଦ୍ୱିତୀୟ ଇନିଂସରେ ସେ ୧୫୦ ରନ କରିଥିଲେ ବି ଭାରତ ୮ ୱିକେଟରେ ପରାଜିତ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/23/sarfaraz-khan-2026-01-23-18-10-20.jpg)