କନକ ବ୍ୟୁରୋ : ରବିବାର ଭାରତ ଓ ୱେଷ୍ଟ୍-ଇଣ୍ଡିଜ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସୁପର-୮ ମୁକାବିଲା ହେବ । ଏହି ମ୍ୟାଚ୍ର ଫଳାଫଳ ସେମିଫାଇନାଲ୍ ସ୍ଥିତି ସ୍ପଷ୍ଟ କରିବ । ଏହା ପୂର୍ବରୁ ପୂର୍ବତନ ଭାରତୀୟ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଭାରତୀୟ ଦଳର ଓପନିଂ ବ୍ୟାଟର୍ ସଂଜୁ ସାମସନଙ୍କୁ କେତେକ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିଜ୍ରେ କିଛି ସମୟ ରହି ଏକ ବଡ଼ ସ୍କୋର କରି ଏହ ଛାପ ଛାଡ଼ିବାକୁ ଏହାଠାରୁ ବଳି ଭଲ ସୁଯୋଗ ମିଳିବ ନାହିଁ ।
'ମୁଁ ଜାଣେ ତୁମେ ଏହି ସ୍ଥାନରେ ପହଞ୍ଚିବାକୁ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଛ, ଏଣୁ ସୁଯୋଗ ହାତଛଡ଼ା କର ନାହିଁ । ଏକ ଭଲ ଆରମ୍ଭ ନେବା ପରେ ତାହାକୁ ଭିତ୍ତିକରି ବଡ଼ ସ୍କୋର୍ ଖେଳିପାରିବ । ଯଦି ବି ବିଫଳ ହୁଅ, କହିପାରିବ ଯେ ଉଦ୍ୟମ ତ କରିଥିଲି । ମୁଁ ଚାହୁଁଛି ତୁମେ ଏକ ଶତକ ଅର୍ଜନ କର ଅଥବା ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳ । ତୁମେ ଏହାର ଯୋଗ୍ୟ ।’
ଅଧିକ ପଢ଼ନ୍ତୁ : ମାର୍ଚ୍ଚ ୨୮ରୁ ଆଇପିଏଲ୍, ମେ’ ୩୧ରେ ଫାଇନାଲ୍
ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଏହି ମ୍ୟାଚ୍ରୁ ଫାଇନାଲ୍ ପର୍ଯ୍ୟନ୍ତ ସଂଜୁ ଆରମ୍ଭରୁ ୧୫ ବଲ୍ରୁ ୨୮ କିମ୍ବା ୧୬ ବଲ୍ରୁ ୩୦ ରନ୍ କରନ୍ତି ତେବେ ଦଳ ଦଳ ଏକ ଭଲ ଆରମ୍ଭ ପାଇପାରିବ । ତେବେ ସେ ଏହି ଆରମ୍ଭକୁ ସେ ବଡ଼ ସ୍କୋର୍ରେ ବି ପରିବର୍ତ୍ତନ କରିପାରିବେ, ତେବେ ସେ ଦଳ ପାଇଁ ନିଜର କର୍ତ୍ତବ୍ୟ କରିଦେଇଛନ୍ତି ବୋଲି କୁହାଯାଇପାରିବ ।
ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ସଂଜୁ ଓପନିଂ କରିବା ସହ ୧୫ ବଲ୍ରୁ ୨୮ ରନ୍ର ଏକ ପାଳି ଖେ​ଳି ସାଥୀ ଓପନର୍ ଅଭିଷେକ ଶର୍ମାଙ୍କୁ ଉପରେ ଚାପ ହଟାଇବାରେ ସାହାଯ୍ୟ କରିଥିଲେ । ଏହା ଥିଲା ଚଳିତ ବିଶ୍ୱକପ୍ରେ ଭାରତର ସର୍ବୋତ୍ତମ ଓପନିଂ ଭାଗୀଦାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/28/sanju-samson-2026-02-28-16-34-54.jpg)