କନକ ବ୍ୟୁରୋ: ଆଇପିଏଲ୍-୨୦୨୬ ଆସନ୍ତା ମାର୍ଚ୍ଚ ୨୮ରୁ ଆରମ୍ଭ ହେବ । ମେ ୩୧ରେ ଏହି ଚର୍ଚ୍ଚିତ ତଥା ଲୋକପ୍ରିୟ ଲିଗ୍ର ଫାଇନାଲ୍ ଖେଳାଯିବ । ପୂର୍ବରୁ ଆଇପିଏଲ୍ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଥିଲା । ତେବେ କେତେକ ଅନିର୍ବାଜ୍ୟ କାରଣ ପାଇଁ ଏହାକୁ କିନ୍ତୁ ଦୁଇ ଦିନ ଆଗକୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି । ଏବେ ସୁଦ୍ଧା କିନ୍ତୁ ବିସିସିଆଇ ଆଇପିଏଲ୍ର ସମ୍ଭାବ୍ୟ ସୂଚୀକୁ ନେଇ କୌଣସି ଅନୁଷ୍ଠାନିକ ସୂଚନା ଦେଇନାହିଁ ।
ଏହା ବି ପଢ଼ନ୍ତୁ: ଦିନିକିଆ ଶୃଙ୍ଖଳା ହାରିଲା ଭାରତୀୟ ମହିଳା ଦଳ: ଅଷ୍ଟ୍ରେଲିଆ ୨-୦ରେ ଜିତିଲା
ସୂଚନା ଅନୁସାରେ ଏହି ନିଷ୍ପତ୍ତିକୁ ଅନୁମୋଦନ କରିବାକୁ ଆସନ୍ତା ସପ୍ତାହରେ ଆଇପିଏଲ୍ ପରିଚାଳନା ପରିଷଦର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ସେହିଭଳି ଏହି ବୈଠକରେ ମଧ୍ୟ ପ୍ରସ୍ତାବିତ ପୂରା ସୂଚୀ ଉପରେ ଆନୁଷ୍ଠାନିକ ମୋହର ବାଜିବ । ଏହା ପରେ ଯାଇ ଏହାର ଘୋଷଣା କରାଯିବ । ଆସାମ, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଥିବାରୁ ଏହାକୁ ଆଖି ଆଗରେ ରଖି ସୂଚୀରେ ଆଉ କିଛି ଅଦଳ ବଦଳ ହେବାର ମଧ୍ୟ ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/26/ipl-2026-02-26-15-31-05.jpg)