କନକ ବ୍ୟୁରୋ : ଟି-ଟ୍ୱେଣ୍ଟି ବିଶ୍ୱକପରୁ ଭାରତର ଲଜ୍ଜାଜନକ ପରାଜୟ ପରେ ଏବେ ବଡ ପ୍ରଶ୍ନ ବିଶ୍ୱକପରେ ଭାରତୀୟ ଟିମର କଣ ହୋଇଛି । କାହିଁକି ଏଭଳି ଦୟନୀୟ ପ୍ରଦର୍ଶନ । ଟପ ଅର୍ଡର ବ୍ୟାଟର କାହିଁକି ବାରବାର ଫେଲ ମାରୁଛନ୍ତି । ଏବେ ଏହି ୭୬ରନର ପରାଜୟ ପରେ ପରେ ବଡ଼ ପ୍ରଶ୍ନ ସେମିଫାଇନାଲକୁ ଯାଇପାରିବ ତ ଭାରତ ।
କଣ ହେବ ଭାରତର ଟି-ଟ୍ୱେଣ୍ଟି ବିଶ୍ୱକପର ଭାଗ୍ୟ ? ସେମି ରେସରୁ ବିଦା ହୋଇଯାଇପାରେ କି ଟିମ୍ ଇଣ୍ଡିଆ ? ପୁଣି ଭାରତର ସେମିକୁ ଯିବା ରାସ୍ତା ଭାଗ୍ୟ ଉପରେ ନିର୍ଭର କରିବନି ତ ? ଏସୁବ ପ୍ରଶ୍ନ ଏଥିପାଇଁ କାରଣ ଗତକାଲି ଭାରତ ଯେଉଁ ଢଙ୍ଗରେ କ୍ରିକେଟ ଖେଳିଲା ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଥିରୁ ତ ଏଇଆ ଲାଗିଲା ଯେ ଭାରତ ଏକଦମ ସରେଣ୍ଡର କରିବାର ମୁଡରେ ଥିଲା । ୭୬ ରନରେ ମ୍ୟାଚ ହାରି ସୂର୍ଯ୍ୟ ସେନା ଭାରତ ପାଇଁ ଏବେ ସ୍ଥିତିକୁ ଜଟିଳ କରିଦେଇଛି । ନେଟ୍ ରନ୍ ରେଟ୍ ଉପରେ ଅନେକ କିଛି ନିର୍ଭର କରୁଛି । ଲାଗୁଥିଲା ଭାରତ ଫାଇନାଲ ଖେଳିବା ବାଁ ହାତର ଖେଳ ।
ଅଧିକ ପଢ଼ନ୍ତୁ : ଭାରତ ପାଇଁ ଦୁଇଟି ବିଜୟ ବି ପର୍ଯ୍ୟାପ୍ତ ହୋଇ ନପାରେ
ଅଭିଷେକ ଶର୍ମା । ତାଙ୍କ କଥା ବ କହିବା ଭଲ । ଫର୍ମ ଯେମିତି ହଜାଇସାରିଛନ୍ତି । ଏବେ ରେଗୁଲର ବୋଲର ନୁହେଁ ପାର୍ଟ ଟାଇମ ବୋଲର ଅଭିଷେକଙ୍କ ୱିକେଟ ନେଉଛନ୍ତି । ଆସିବେ ଆଉ ଯିବେ । ୪ ମ୍ୟାଚ.. ୪ ଫ୍ଲପ । ତିଲକ ବର୍ମା.. ଏ ଖେଳାଳି ଆମକୁ ଏସିଆ କପ ଜିତାଇଥିଲେ । ତାଙ୍କ ବ୍ୟାଟରୁ ତ ଆଉ ରନ ହିଁ ବାହାରୁନି । ଆଉଟ ଅଫ ଫର୍ମ । ସେ ଏସିଆ କପର ଫର୍ମ ଆଉ ନାହିଁ । ପ୍ରତିଟି ମ୍ୟାଚରେ ସେ ସଂଘର୍ଷ କରୁଛନ୍ତି । କାହିଁକି ଏତେ ଭରସା କରାଯାଉଛି ତା ବି ବୁଝି ହେଉନି ।
ସୂର୍ଯ୍ୟ କୁମାର ଯାଦବ..ସେ ତ ଅଧିନାୟକ । ସେ ଭାବିଥିଲେ ଯେ ବୋଧହୁଏ ଟେଷ୍ଟ କ୍ରିକେଟ ଖେଳିବେ । ସେ ଜୋସ, ସେ ଆଗ୍ରେସନ, ସେ ଦାୟିତ୍ୱ ବୋଧ ସେ ଭୂଲିଗଲା ଭଳି ଲାଗୁଥିଲା । ଇଶାନଙ୍କ ବଲ୍ଲା ଚାଲିଲାନି ତ ପୁରା ମିଡିଲ ଅର୍ଡର ଅବସ୍ଥା ଢିଲା ହୋଇଯାଉଛି । ବଡ଼ ଟିମ ବିପକ୍ଷରେ ସୂର୍ଯ୍ୟ ଏକଦମ ଫେଲ୍ । ଦୁବେ ମିଡିଲ ଅର୍ଡରରେ ଯାହା କିଛି ଖେଳୁଛନ୍ତି । ବଡ ମ୍ୟାଚରେ ଛୋଟ ଖେଳାଳି ଭଳି ଲାଗୁଛନ୍ତି ସ୍କାଏ । ସାଉଥ ଆଫ୍ରିକା ବି ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରୁଥିଲା । ହେଲେ ମିଲର ଆଉ ଷ୍ଟବସ ଯେମିତି ଖେଳିଲେ ସେମିତି ଖେଳ କେବେ ଆମେ ଭାରତୀୟ ଖେଳାଳିଙ୍କଠାରୁ ଦେଖିବାକୁ ପାଇବୁ ।
ଆସନ୍ତୁ ଜାଣିବା ଭାରତ କେମିତି ସେମିକୁ ଯାଇପାରେ
ଭାରତ ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜକୁ ହରାଇବାକୁ ପଡିବ ଭଲ ମାର୍ଜିନରେ । ଯଦି ଓେଷ୍ଟଇଣ୍ଡିଜ କିମ୍ବା ଜିମ୍ବାୱେ ଆଫ୍ରିକାକୁ ହରାଇଦେବେତେବେ ଭାରତର ସେମିକୁ ଯିବା ଆଶା ମଉଳିଯିବ । ୱେଷ୍ଟଇଣ୍ଡିଜ ବି ଏମତି ବହୁତ ଭଲ ଫର୍ମରେ । ତେଣୁ ବେଷ୍ଟଇଣ୍ଡିଜକୁ ସହଜରେ ନିଆଯାଇନ ପାରେ । ଯଦି ଏହି ଦୁଇ ଟିମକୁ ଭାରତ ହରାଉଛି ତେବେ ବି ନେଟ୍ ରନ୍ ରେଟ୍ ବି ନାକେଦମ କରିପାରେ ? ଗତକାଲିର ପ୍ରଦର୍ଶନ ଏତେ ନୈରାଶଜନକ ଥିଲା ଯେ ସବୁ ଅଙ୍କ ବିଗିଡ଼ିବାର ଆଶଙ୍କା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/18/team-india-2026-02-18-23-14-56.jpeg)