କନକ ବ୍ୟୁରୋ: ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି ସୁପର-୮କୁ ଯାଇଥିଲା ଭାରତ । ଏବେ କିନ୍ତୁ ସେମିଫାଇନାଲ୍ ଦୌଡ଼ରୁ ଦାଦ୍ ପଡ଼ିବାର ଦ୍ବାର ଦେଶରେ ପହଞ୍ଚି ଯାଇଛି । ସୁପର-୮ର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକାଠାରୁ ୭୬ ରନ୍ର ବଡ଼ ବ୍ୟବଧାନରେ ହାରିବା ଏବେ ଭାରତୀୟ ଦଳ ପାଇଁ ତା’ ବିଶ୍ବକପ୍ ଅଭିଯାନର ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଛି । ଏପରିକି ପରବର୍ତ୍ତୀ ଦୁଇଟି ମ୍ୟାଚ୍କୁ ଜିତିଲେ ମଧ୍ୟ ଅତ୍ୟନ୍ତ ଖରାପ ରନ୍ ରେଟ୍ (-୩.୮) ପାଇଁ ସୂର୍ଯ୍ୟଙ୍କ ସେନା ସେମିଫାଇନାଲ୍କୁ ଯାଇ ନପାରେ । ବିଶେଷଜ୍ଞ ଓ ପରିସଂଖ୍ୟାନବିତ୍ଙ୍କ ମତରେ ଭାରତ ସେମିଫାଇନାଲ୍କୁ ଯିବାର ଏବେ ମାତ୍ର ୩୦ ପ୍ରତିଶତ ସମ୍ଭାବନା ରହିଛି ।
ଏହା ବି ପଢ଼ନ୍ତୁ: T 20 World Cup 2026 : ଗେଲ୍ଙ୍କ ୧୭ବର୍ଷର ରେକର୍ଡ ଭାଙ୍ଗିଲେ ହେଟମାୟର
ସଂଖ୍ୟା ଖେଳ ଅନୁସାରେ ଭାରତ ତା’ର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିଲେ ୪ ପଏଣ୍ଟ୍ରେ ରହିବ । ଦକ୍ଷିଣ ଆଫ୍ରିକା ତା’ର ତିନିଟି ସୁପର-୮ ମୁକାବିଲାରୁ କୌଣସି ଗୋଟିଏ ହାରିଲେ ସେହି ୪ ପଏଣ୍ଟ୍ ପାଇବ । ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ମଧ୍ୟ ୪ ପଏଣ୍ଟ୍ ଅର୍ଜନ କରିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ନେଟ୍ ରନ୍ ରେଟ୍ରେ ଢେର ପଛୁଆ ଥିବାରୁ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ରହି ସୁପର-୮ ପର୍ଯ୍ୟାୟରୁ ହିଁ ବାଦ୍ ପଡ଼ିବ । ବିଶେଷଜ୍ଞଙ୍କ ମତରେ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲେ ମଧ୍ୟ ମ୍ୟାଚ୍କୁ ଶେଷ ପର୍ଯ୍ୟନ୍ତ ନେବାର ଥିଲା । ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ ହୁଏତ ଭାରତୀୟ ଦଳର ରେନ୍ ରନ୍ ରେଟ୍ ଆଉ ଟିକିଏ ଭଲ ହୋଇ ପାରିଥା’ନ୍ତା । ଏବେକାର ସ୍ଥିତିରେ ଭାରତର ସେମିଫାଇନାଲ୍ ପ୍ରବେଶ ଆଉ କେବଳ ତା’ର ନିଜସ୍ବ ପ୍ରଦର୍ଶନ ଉପରେ ନିର୍ଭରଶୀଳ ନୁହେଁ । ଅନ୍ୟ ଦଳଗୁଡ଼ିକର ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବାକୁ ହେବ । ବିଶେଷ କରି ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ୍ ପରବର୍ତ୍ତୀ ସମୟରେ ଖରାପ କ୍ରିକେଟ୍ ଖେଳନ୍ତୁ ବୋଲି ଭାରତୀୟ ଖେଳାଳିଙ୍କୁ ମନାସିବାକୁ ପଡ଼ିବ । କାରଣ ଯଦି ଦକ୍ଷିଣ ଆଫ୍ରିକା ତା’ର ତିନିଟି ଯାକ ସୁପର-୮ ମ୍ୟାଚ୍ ଜିତିନିଏ, ତାହେଲେ ଭାରତକୁ ଗ୍ରୁପ୍-୧ର ଦ୍ବିତୀୟ ସେମିଫାଇନାଲ୍ ସ୍ଥାନ ଲାଗି ଏହି ଦୁଇ ଦଳ ସହ ପ୍ରତିଦ୍ବନ୍ଦ୍ବିତା କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/team-india-2026-02-18-23-14-56.jpeg)