କନକ ବ୍ୟୁରୋ : ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ରୁ ସହଆୟୋଜକ ଶ୍ରୀଲଙ୍କା ବିଦାୟ ନେଇଥିଲା ବେଳେ ନ୍ୟୁଜିଲାଣ୍ଡର ଆଶା ଉଜ୍ଜୀବିତ ରହିଛି । ସୁପର-୮ର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡଠୁ ହାରିଥିବା ଶ୍ରୀଲଙ୍କା ବୁଧବାର ନ୍ୟୁଜିଲାଣ୍ଡଠୁ ୬୧ ରନ୍‌ରେ ପରାସ୍ତ ହୋଇଛି । ୧୬୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ୮ ୱିକେଟ୍‌ ହରାଇ ମାତ୍ର ୧୦୭ ରନ୍‌ କରିବାକୁ ସକ୍ଷମ ‌ହୋଇଥିଲା ।

Advertisment

ଅଧିକ ପଢ଼ନ୍ତୁ : T 20 Ranking: ଶ୍ରେଷ୍ଠ ୫ରେ ପ୍ରବେଶ କଲେ ଈଶାନ

କାମିନ୍ଦୁ ମେଣ୍ଡିସ୍‌ ୩୧ ଓ ଦୁନିତ ୱେଲାଲାଗେ ୨୯ ରନ୍‌ କରିଥିଲା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ରାଚିନ ରବୀନ୍ଦ୍ର ୪ ଓ ମ୍ୟାଟ୍‌ ହେନେରି ୨ ୱିକେଟ୍‌ ନେଇଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୧୬୮/୭ କରିଥିଲା । ଦଳ ୧୨.୧ ଓଭରରେ ୮୪ ରନ୍‌ରେ ୬ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ବେଳେ ଅଧିନାୟକ ମିଚେଲ ସାଣ୍ଟନର (୨୬ ବଲ୍‌ରୁ ୪୬) ଓ କୋଲ୍‌ ମ୍ୟାକ୍‌କୋଞ୍ଚି (୩୧*) ଭଲ ଖେଳିବାରୁ ସମ୍ମାନଜନକ ସ୍କୋର୍‌ ହୋଇପାରିଥିଲା । ରାଚିନ ରବୀନ୍ଦ୍ର ୩୨ ଓ ଫିନ୍‌ ଆଲିନ୍‌ ୨୩ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ । ଶ୍ରୀଲଙ୍କା ପକ୍ଷରୁ ମହେଶ ତୀକ୍ଷଣା ଓ ଦୁଷ୍ମନ୍ତ ଚାମିରା ୩ ୱିକେଟ୍‌ ଲେଖାଏଁ ନେଇଥିଲେ ।