କନକ ବ୍ୟୁରୋ : ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍ର ଚାରିଟି ମ୍ୟାଚ୍ରୁ ମାତ୍ର ୧୫ ରନ୍ କରିବା ସତ୍ତ୍ୱେ ଭାରତୀୟ ଯୁବ ଓପନର୍ ଅଭିଷେକ ଶର୍ମା ଆଇସିସି ମାନ୍ୟତାର ଏକ ନମ୍ବର ସ୍ଥାନରେ ଦୃଢ଼ ଅଛନ୍ତି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଗତମ୍ୟାଚ୍ରେ ବିଫଳ ହେବା ସତ୍ତ୍ୱେ ୱିକେଟ୍ରକ୍ଷକ ବ୍ୟାଟର୍ ଈଶାନ କିଶନ ସଦ୍ୟ ପ୍ରକାଶିତ ଟ୍ୱେଣ୍ଟି-୨୦ ବ୍ୟାଟର୍ ମାନ୍ୟତାର ଶ୍ରେଷ୍ଠ ୫ ଭିତରେ ପ୍ରବେଶ କରିଛନ୍ତି ।
ଅଧିକ ପଢ଼ନ୍ତୁ : ଭାରତୀୟ ଦଳକୁ ପଣ୍ଟିଂଙ୍କ ପରାମର୍ଶ
ଅଭିଷେକ ଏବେ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡର ଫିଲ୍ ସଲ୍ଟଙ୍କଠାରୁ ୬୨ ପଏଣ୍ଟ୍ ଆଗରେ ରହିଛନ୍ତି । ଅନ୍ୟପକ୍ଷରେ ଈଶାନ ତିନିଟି ସ୍ଥାନ ଉପରକୁ ଉଠି ପଞ୍ଚମରେ ପହଞ୍ଚି ଯାଇଛନ୍ତି । ବୋଲର ତାଲିକାରେ ବରୁଣ ଚକ୍ରବର୍ତ୍ତୀ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା ଅଲରାଉଣ୍ଡର୍ ମାନ୍ୟତାର ପ୍ରଥମ ସ୍ଥାନରେ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/25/ishan-kishan-2026-02-25-21-22-08.jpeg)