T 20 World Cup 2026 : ମ୍ୟାଚ୍‌ ଜିତି ବିଦା ହେଲା ପାକିସ୍ତାନ

Advertisment

ଟି-ଟ୍ୱେଣ୍ଟି ବିଶ୍ୱକପରୁ ବିଦା ହେଲା ପାକିସ୍ତାନ । ମ୍ୟାଚ୍ ଜିତିବା ସତ୍ତ୍ୱେ ବିଶ୍ୱକପରୁ ବିଦା ହେଲା ପାକିସ୍ତାନ । ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ଜିତିଲା ପାକିସ୍ତାନ । ଭଲ ରନ୍ ରେଟ୍ ପାଇଁ ସେମିରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ ।

ଟି-ଟ୍ୱେଣ୍ଟି ବିଶ୍ୱକପରୁ ବିଦା ହେଲା ପାକିସ୍ତାନ । ମ୍ୟାଚ୍ ଜିତିବା ସତ୍ତ୍ୱେ ବିଶ୍ୱକପରୁ ବିଦା ହେଲା ପାକିସ୍ତାନ । ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ଜିତିଲା ପାକିସ୍ତାନ । ଭଲ ରନ୍ ରେଟ୍ ପାଇଁ ସେମିରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ ।

PAK Vs SL T20 WC 2026

PAK Vs SL T20 WC 2026 Photograph: (Internet)

କନକ ବ୍ୟୁରୋ: ପାକିସ୍ତାନ ଶ୍ରୀଲଙ୍କାକୁ ୫ ରନ୍‌ରେ ପରାସ୍ତ କରିଛି । ଶ୍ରୀଲଙ୍କା ପୂର୍ବରୁ ହିଁ ବିଶ୍ୱକପ୍‌ରୁ ବାଦ୍ ପଡ଼ିସାରିଥିଲା, ଯିଏକି ଏହି ମ୍ୟାଚ୍ ଜିତିପାରିଲା ନାହିଁ ସତ କିନ୍ତୁ ପାକିସ୍ତାନକୁ ସେମିଫାଇନାଲ୍‌ ଦୌଡ଼ରୁ ନିଶ୍ଚିତ ଭାବେ ବାହାର କରିଦେଇଛି । ପଲ୍ଲେକେଲେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୧୨ ରନ୍ ସଂଗ୍ରହ କରିଥିଲା । ପାକିସ୍ତାନ ପାଇଁ ସେମିଫାଇନାଲ୍‌ରେ ପ୍ରବେଶ କରିବାକୁ ହେଲେ ଶ୍ରୀଲଙ୍କାକୁ ୧୪୭ ରନ୍ ମଧ୍ୟରେ ଅଟକାଇବାକୁ ଥିଲା, କିନ୍ତୁ ଶ୍ରୀଲଙ୍କା ଅଧିନାୟକ ଦାସୁନ୍ ଶାନାକା ଏଭଳି ଦମଦାର୍ ଇନିଂସ ଖେଳିଲେ ଯେ ସେମିଫାଇନାଲ୍‌ର ସମସ୍ତ ସମୀକରଣ ଓଲଟପାଲଟ ହୋଇଗଲା ।

ଏହା ବି ପଢ଼ନ୍ତୁ: ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ଇଡେନ୍‌ ପିଚ୍‌ !

ପାକିସ୍ତାନର ସେମିଫାଇନାଲ୍‌ରେ ପ୍ରବେଶ କରିବା ପାଇଁ ସମୀକରଣ ଏଭଳି ଥିଲା ଯେ, ଦଳକୁ ଅତିକମରେ ୬୫ ରନ୍‌ରେ ବିଜୟ ହାସଲ କରିବାକୁ ପଡ଼ିଥାନ୍ତା । ଏଥିପାଇଁ ପାକିସ୍ତାନୀ ଦଳକୁ ନିଶ୍ଚିତ କରିବାକୁ ଥିଲା ଯେ ଶ୍ରୀଲଙ୍କା ଯେପରି ୧୪୭ ରନ୍‌ରୁ ଆଗକୁ ନ ବଢ଼େ । ଗୋଟିଏ ସମୟରେ ଶ୍ରୀଲଙ୍କା ପ୍ରଥମ ୨ଟି ୱିକେଟ୍ ଶୀଘ୍ର ହରାଇଥିଲା, କିନ୍ତୁ ପରେ ପବନ ରତ୍ନାୟକେଙ୍କ ଦମଦାର୍ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା, ଯିଏକି ୩୭ ବଲ୍‌ରେ ୫୮ ରନ୍‌ର ପାରି ଖେଳିଥିଲେ ।

ଯେହେତୁ ପାକିସ୍ତାନ ଶ୍ରୀଲଙ୍କାକୁ ୧୪୭ ରନ୍ ମଧ୍ୟରେ ଅଟକାଇବାରେ ବିଫଳ ହେଲା, ସେଥିପାଇଁ ଦଳ ଏହି ଟି-୨୦ ବିଶ୍ୱକପ୍‌ରୁ ବାଦ୍ ପଡ଼ିଛି । ଅନ୍ୟପଟେ ଉତ୍ତମ 'ନେଟ୍ ରନ୍ ରେଟ୍' ଆଧାରରେ ନ୍ୟୁଜିଲ୍ୟାଣ୍ଡ ଅନ୍ତିମ-୪ ବା ସେମିଫାଇନାଲ୍‌ରେ ନିଜର ସ୍ଥାନ ପକ୍କା କରିନେଇଛି ।

ପାକିସ୍ତାନ ପାଇଁ ଗୋଟିଏ ସମୟରେ ଆଶା ସୃଷ୍ଟି ହୋଇଥିଲା ଯେ ସେମାନେ ଶ୍ରୀଲଙ୍କାକୁ ୧୪୭ ରନ୍ ମଧ୍ୟରେ ଅଟକାଇ ପାରିବେ, କିନ୍ତୁ ଅଧିନାୟକ ଦାସୁନ୍ ଶାନାକାଙ୍କ ୭୬ ରନର ତୁଫାନୀ ଇନିଂସ ପାକିସ୍ତାନର ସମସ୍ତ ଆଶାକୁ ଧୂଳିସାତ୍ କରିଦେଇଥିଲା । ଶାନାକା ମାତ୍ର ୩୧ ବଲ୍‌ରେ ୭୬ ରନ୍ କରିଥିଲେ ଏବଂ ଏହି ସମୟରେ ସେ ୨ଟି ଚୌକା ଓ ୮ଟି ବିଶାଳ ଛକା ମାରିଥିଲେ ।

ମ୍ୟାଚ୍‌ର ଶେଷ ଓଭରରେ ଶ୍ରୀଲଙ୍କାକୁ ଜିତିବା ପାଇଁ ୨୮ ରନ୍ ଆବଶ୍ୟକ ଥିଲା । ସାମ୍ନାରେ ଶାହିନ୍ ଆଫ୍ରିଦି ବୋଲିଂ କରୁଥିଲେ, ଯିଏକି ପ୍ରଥମ ୫ଟି ବଲ୍‌ରେ ୨୨ ରନ୍ ଦେଇଦେଇଥିଲେ । ଫଳସ୍ୱରୂପ ଶ୍ରୀଲଙ୍କାକୁ ଶେଷ ବଲ୍‌ରେ ଏକ ଛକା ଦରକାର ଥିଲା । ଆଫ୍ରିଦି ଏକଦମ୍ ୱାଇଡ୍ ଲାଇନ୍ ପାଖରେ ୟର୍କର ବଲ୍ ପକାଇଥିଲେ, ଯାହାକୁ ୱାଇଡ୍ ଭାବି ଶାନାକା ଛାଡ଼ି ଦେଇଥିଲେ । ଏହିପରି ଭାବେ ଶ୍ରୀଲଙ୍କା ୫ ରନ୍‌ରେ ପରାଜିତ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe