କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ ସୁପର-୮ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରବିବାର ଭାରତ ଓ ଓ୍ବେଷ୍ଟ-ଇଣ୍ଡିଜ୍ ମଧ୍ୟରେ କୋଲକାତାର ଐତିହାସିକ ଇଡେନ୍ ଗାଡେନ୍ସଠାରେ ଖେଳାଯିବ । ଏହି ମ୍ୟାଚ୍ର ଫଳାଫଳ ସେମିଫାଇନାଲ୍ର ରୂପରେଖ ଚୂଡ଼ାନ୍ତ କରିବ। ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଶୁଭ ସୂଚନା । ଇଡେନ ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି ସୂଚନା ଦେଇଛନ୍ତି ଏହି ପିଚ୍ର କ୍ୟୁରେଟର୍ ସୁଜନ ମୁଖାର୍ଜୀ ।
ଏହା ବି ପଢ଼ନ୍ତୁ: ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଜିତି ଇତିହାସ ରଚିଲା ଜମ୍ମୁ ଓ କାଶ୍ମୀର
ସେ କହିଛନ୍ତି ଯେ ଏହି ପିଚ୍ରୁ ଅନେକ ରନ୍ ବାହାରିବ, ଏଥିରେ ବୋଲରଙ୍କ ପାଇଁ ବି କିଛି ଅଛି । ଶୁକ୍ରବାର ବେଙ୍ଗଲ୍ କ୍ରିକେଟ୍ ସଂଘ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ପିଚ୍ ପରିଦର୍ଶନ କରି ପ୍ରସ୍ତୁତିର ତଦାରଖ କରିଥିଲେ । ସେ ପିଚ୍କୁ ଦେଖି ସନ୍ତୋଷ ପ୍ରକାଶ କରିଥିଲେ ବୋଲି ସୁଜନ କହିଛନ୍ତି ।
ଏହା ପୂର୍ବରୁ ଗତ ଫେବ୍ରୁଆରି ୯ ତାରିଖରେ ଏହି ପିଚ୍ରେ ସ୍କଟ୍ଲାଣ୍ଡ୍ ଓ ଇଟାଲି ମଧ୍ୟରେ ମୁକାବିଲା ହୋଇଥିଲା । ଏହି ମ୍ୟାଚ୍ରେ ସ୍କଟଲାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୨୦୭ ରନ୍ କରିଥିଲା ଓ ଇଟାଲିକୁ ୭୩ ରନ୍ରେ ହରାଇ ଏକ ବଡ଼ ବିଜୟ ହାସଲ କରିଥିଲା । ଏଣୁ ରବିବାରର ମ୍ୟାଚ୍ବି ଉଚ୍ଚ ସ୍କୋର୍ ବିଶିଷ୍ଟ ହେବା ଆଶା କରାଯାଉଛି। ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଲୟକୁ ଫେରିଥିବାବେଳେ ଲୟରେ ଥିବା ଇଶାନ କିଶନ ଏହାର ଭରପୁର ଫାଇଦା ଉଠାଇପାରିବେ । ତେବେ ଭାରତୀୟ ବ୍ୟାଟିଂ ଲାଇନ୍ ଶକ୍ତିଶାଳୀ ଥିବାବେଳେ ଏ କ୍ଷେତ୍ରରେ ଓ୍ବେଷ୍ଟ-ଇଣ୍ଡିଜ୍ ବି ପଛୁଆ ନାହିଁ। ଏଣୁ ଏହି ପିଚ୍ରୁ ଓ୍ବେଷ୍ଟ-ଇଣ୍ଡିଜ୍ ବ୍ୟାଟ୍ସମ୍ୟାନମାନେ ବି ଫାଇଦା ଉଠାଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/24/sky-2026-01-24-12-41-37.jpg)