କନକ ବ୍ୟୁରୋ : ବାସ୍ ଡି'' ଲିଡ୍ଙ୍କ ଅଲରାଉଣ୍ଡ୍ ସଫଳତା ବଦଳରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍ର ୧୦ମ ମ୍ୟାଚ୍ରେ ନାମିବ୍ୟାକୁ ୭ ୱିକେଟ୍ରେ ପରାସ୍ତ କରିଛି ନେଦରଲାଣ୍ଡସ୍ । ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ଅଳ୍ପକେ ହାରିଯାଇଥିବା ନେଦରଲାଣ୍ଡସ୍ ପାଇଁ ଏହା ପ୍ରତିଯୋଗିତାର ପ୍ରଥମ ବିଜୟ ।
ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନେଦଲାଣ୍ଡସ୍ ଟସ ଜିତି ନାମିବ୍ୟାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ନାମିବ୍ୟା ଆରମ୍ଭରୁ ଲରେନ ଷ୍ଟିମକାମ୍ପ୍( ୬ ବଲରୁ ୬)ଙ୍କ ୱିକେଟ୍ ହରାଇବା ପରେ ଜାନ ଫ୍ରାଇଲିଙ୍କ୍ (୨୬ବଲ୍ରୁ ୩୦ରନ) ଓ ଜାନ ନିକୋଲ ଲଫଟି-ଇଟନ (୩୮ ବଲରୁ ୪୨)ଙ୍କ ମଧ୍ୟରେ ୫୦ ରନର ଏକ ଭାଗୀଦାର ଦେଖିବାକୁ ମିଳିଥିଲା ।
ଅଧିକ ପଢ଼ନ୍ତୁ : ଜିମ୍ବାୱେର ଏକତରଫା ବିଜୟ
ଫ୍ରାଇଲିଙ୍କ୍ ପାଭିଲି​ୟନ ଫେରିବା ପରେ ଲଫଟି-ଇଟନ ଗେରହାର୍ଡ ଇରାସ୍ମସ୍(୯ ବଲରୁ ୧୮)ଙ୍କ ସହ ମିଶି ୩୫ ରନର ଆଉ ଏକ ଭାଗୀଦାର କରିଥିଲେ । ଜେଜେ ସ୍ମିଟ୍ ୧୫ଟି ବଲରୁ ୨୨ରନର ଏକ ଉପଯୋଗୀ ପାଳି ଖେଳିଥିବାବେଳେ ଜେନ ଗ୍ରୀନ ଓ ରୁବେଲ ଥମ୍ପେଲମ୍ୟାନ୍ ୯ ରନ ଲେଖାଏଁ ଯୋଗଦାନ ଦେଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ୧୫୬ ରନ କରିଥିଲା । ୧୫୭ ରନ ଲକ୍ଷ୍ୟକୁ ନେଦରଲାଣ୍ଡ୍ ୧୮ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ବାସ୍ ଡି ଲିଡ୍ ମାତ୍ର ୪୮ ବଲରୁ ଅପରାଜିତ ୭୨ ରନର ଏକ ପାଳି ଖେଳି ଦଳୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି କଲିନ ଅକରମ୍ୟାନ ୩୨ (୨୮ ବଲ୍) ଓ ମାଇକେଲ୍ ଲେଭିଟ୍ ୨୮(୧୫ ବଲ୍)ର ଉପଯୋଗୀ ପାଳି ଖେଳିଥିଲେ । ଅଲ୍ ରାଉଣ୍ଡ ପ୍ରଦର୍ଶନ ( ୭୨ ରନ*, ୨/୨୦) ପାଇଁ ବାସ୍ ଡି ଲିଡ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।
ସଂକ୍ଷିପ୍ତ ସ୍କୋର୍: ନାମିବ୍ୟା ୨୦ ଓଭରରେ ୧୫୬/୮ (ଲଫଟି ଇଟନ ୪୨, ଜାନ ଫ୍ରାଇଲିଙ୍କ୍ ୩୦, ଜେଜେ ସ୍ମିଟ୍ ୨୨*, ବାସ୍ ଡି'' ଲିଡ୍ ୨/୨୦)। ନେଦରଲାଣ୍ଡସ୍ ୧୮ ଓଭରରେ ୧୫୯/୩ (ବାସ୍ ଡି'' ଲିଡ୍ ୭୨*, କଲିନ ଅକରମ୍ୟାନ ୩୨, ମାଇକେଲ୍ ଲେଭିଟ୍ ୨୮, ବର୍ନାର୍ଡ ସ୍କୋଲଜ୍ ୧/୨୮, ରୁବେନ ଥମ୍ପଲମ୍ୟାନ ୧/୩୦, ଲଫଟି ଇଟନ ୧/୩୧)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/10/netherlands-defeat-namibia-2026-02-10-17-18-44.jpg)