T20 World Cup 2026 : ଆରମ୍ଭରୁ କିଛି ମ୍ୟାଚ୍‌ ଖେଳିବେନି ହାଜେଲ୍‌ଉଡ୍‌

Advertisment

ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଅଭିଯାନ ଫେବ୍ରୁଆରି ୧୧ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଆରମ୍ଭ କରିବ । ଅଷ୍ଟ୍ରେଲିଆ ତା’ର ୪ଟି ଯାକ ଗ୍ରୁପ୍‌ ମ୍ୟାଚ୍‌ ଶ୍ରୀଲଙ୍କାର କଲମ୍ବୋ ଓ ପାଲିକେଲରେ ଖେଳିବ । ଜାତୀୟ ଚୟନକର୍ତ୍ତା ଟନି ଡୋଡେମେଡ୍‌ କହିଛନ୍ତି ଯେ ‘‘ଜୋସ୍‌ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ମଧ୍ୟ ଫିଟ୍‌ ହେବାକୁ କିଛି ଦିନ ଲାଗିବ ।

Hazlewood

Hazlewood Photograph: (Internet)

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ତାରକା ଦ୍ରୁତ ବୋଲର ଜୋସ୍‌ ହାଜେଲ୍‌ଉଡ୍‌ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଲାଗି ଦଳ ଅଷ୍ଟ୍ରେଲିଆ ଗସ୍ତ କରିବେନି । ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ସେ କିଛି ମ୍ୟାଚ୍‌ ଖେଳିପାରିବେନି । ତାଙ୍କୁ ଶ୍ରୀଲଙ୍କା ନ ପଠାଇ ଅଷ୍ଟ୍ରେଲିଆରେ ପୁନର୍ବାସ କାର୍ଯ୍ୟକ୍ରମ ଜାରି ରଖିବାକୁ ଚୟନକର୍ତ୍ତା ଚିନ୍ତା କରିଛନ୍ତି ।

ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଅଭିଯାନ ଫେବ୍ରୁଆରି ୧୧ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଆରମ୍ଭ କରିବ । ଅଷ୍ଟ୍ରେଲିଆ ତା’ର ୪ଟି ଯାକ ଗ୍ରୁପ୍‌ ମ୍ୟାଚ୍‌ ଶ୍ରୀଲଙ୍କାର କଲମ୍ବୋ ଓ ପାଲିକେଲରେ ଖେଳିବ । ଜାତୀୟ ଚୟନକର୍ତ୍ତା ଟନି ଡୋଡେମେଡ୍‌ କହିଛନ୍ତି ଯେ ‘‘ଜୋସ୍‌ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ମଧ୍ୟ ଫିଟ୍‌ ହେବାକୁ କିଛି ଦିନ ଲାଗିବ । ତେଣୁ ଜୋସ୍‌ଙ୍କୁ ଶ୍ରୀଲଙ୍କା ନ ପଠାଇ ଅଷ୍ଟ୍ରେଲିଆରେ ପୁନର୍ବାସ କାର୍ଯ୍ୟକ୍ରମ ଜାରି ରଖିବାକୁ ନିଷ୍ପତ୍ତି ନେଇଛୁ । ଯାହା ତାଙ୍କ ପାଇଁ ବହୁତ ଲାଭବାନ ହେବ।’’

ଅଧିକ ପଢ଼ନ୍ତୁ : ଟି ଟ୍ୱେଣ୍ଟି ବିଶ୍ୱକପ୍‌ ଡ୍ରାମା: ଶ୍ରୀଲଙ୍କା ଗଲା ପାକିସ୍ତାନ ଦଳ

ଆହତ ଯୋଗୁଁ ହାଜେଲଉଡ୍‌ ଆସେସ୍‌ ଶୃଙ୍ଖଳାରେ ଖେଳିପାରି ନଥିଲେ । ହାଜେଲଉଡ୍‌ ନଯିବା ଦୁଖଃଦ ଖବର ଭିତରେ ଦଳ ପାଇଁ ବଡ଼ ଖୁସି ଖବର ହେଉଛି ନାଥନ ଏଲିସ୍‌, ଟିମ୍‌ ଡେଭିଡ୍‌ ଓ ଗ୍ଲେନ୍‌ ମ୍ୟାକ୍ସୱେଲ କଲମ୍ବୋରେ ପହଞ୍ଚିଛନ୍ତି । ପାକିସ୍ତାନରୁ ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କାରେ ପହଞ୍ଚିବା ପରେ ଏହି ତ୍ରିମୂର୍ତ୍ତି ଯୋଗଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe