କନକ ବ୍ୟୁରୋ : ଭାରତ ସହ ଖେଳିବାକୁ ମନା କରିବା ପରେ ପାକିସ୍ତାନ ସୋମବାର ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଲାଗି ଶ୍ରୀଲଙ୍କା ଗସ୍ତ କରିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିିବି) ପକ୍ଷରୁ ସାମାଜିକ ଗଣମାଧ୍ୟମ ପୋଷ୍ଟ ହୋଇଥିବା ଭିଡିଓରେ ଖେଳାଳିମାନେ ନୂଆ ବିଶ୍ୱକପ୍ ଜର୍ସି ପିନ୍ଧି ଲାହୋରର ଏକ ହୋଟେଲରୁ ବସ୍ରେ ବିମାନବନ୍ଦର ଯାଉଥିବାର ଦେଖାଯାଇଛି । ଭାରତ ଓ ଶ୍ରୀଲଙ୍କା ବିଶ୍ୱକପ୍ର ଆୟୋଜକ ରହିଛନ୍ତି । ଭାରତ ସହ ବିବାଦ ଚାଲିଥିବାରୁ ଶ୍ରୀଲଙ୍କାରେ ପାକିସ୍ତାନ ତା’ର ସମସ୍ତ ଗ୍ରୁପ୍ ଓ ନକ୍ଆଉଟ୍ ମ୍ୟାଚ୍ ଖେଳିବ ବୋଲି ସୂଚୀ ଚୂଡ଼ାନ୍ତ ହୋଇଛି ।
ରବିବାର ପାକିସ୍ତାନ ସରକାର ଏହା ଦଳକୁ ବିଶ୍ୱକପ୍ ଖେଳିବାକୁ ଅନୁମତି ଦେଇଥିଲା ବେଳେ କଲମ୍ବୋରେ ଫେବ୍ରୁଆରି ୧୫ ତାରିଖରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଗ୍ରୁପ୍ ମ୍ୟାଚ୍ ବୟକଟ୍ କରିବାକୁ କହିଥିଲା । ସରକାର ପକ୍ଷରୁ ଏକ୍ସରେ ହୋଇଥିବା ପୋଷ୍ଟ ଉପରେ କୌଣସି ସ୍ପଷ୍ଟୀକରଣ ଦିଅଯାଇନି । ଏପରିକି ଆଇସିସିକୁ ମଧ୍ୟ ଆନୁଷ୍ଠାନିକ ଭାବେ ଏହା ଉପରେ କୌଣସି ସୂଚନା ଦେଇନି ପିସିବି । ବିନା କାରଣରେ ବିଶ୍ୱକପ୍ରୁ ଓହରିବାକୁ ଚିନ୍ତା ନ କରିବାକୁ ପାକିସ୍ତାନକୁ ପୂର୍ବରୁ ଆଇସିସି ଚେତାବନୀ ଦେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲା ।
ଅଧିକ ପଢ଼ନ୍ତୁ : ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବାକୁ ଶ୍ରୀଲଙ୍କା ଯିବ ଭାରତୀୟ ଦଳ ?
ଭାରତ-ପାକିସ୍ତାନ ଗତ ୧୪ ବର୍ଷ ହେଲା ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳି ନଥିଲା ବେଳେ କେବଳ ଆଇସିସି ପ୍ରତିଯୋଗିତାରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି । ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଶନିବାରଠୁ ଆରମ୍ଭ ହେବାକୁ ଥିଲା ବେଳେ ପ୍ରଥମ ଦିନ ନେଦରଲାଣ୍ଡ୍ ବିପକ୍ଷରେ ପାକିସ୍ତାନ ଖେଳି ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ କଲମ୍ବୋରେ ବୁଧବାର ଆୟର୍ଲାଣ୍ଡ ବିପକ୍ଷରେ ୱାର୍ମଅପ୍ ମ୍ୟାଚ୍ ଖେଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/02/pakistan-squad-2026-02-02-19-40-48.jpg)