କନକ ବ୍ୟୁରୋ : କୋଳଗାତରେ ଆଘାତ ଲାଗି ଅଧିନାୟକ ମିଚେଲ ମାର୍ସ ବୁଧବାରର ଆୟର୍ଲାଣ୍ଡ୍ ବିପକ୍ଷ ମ୍ୟାଚ୍ରୁ ବାଦ୍ ପଡ଼ିବା ପରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଅଭିଜ୍ଞ ବ୍ୟାଟର୍ ଷ୍ଟିଭେନ୍ ସ୍ମିଥଙ୍କୁ ନିଜ ବିଶ୍ୱକପ୍ ଦଳରେ ସାମିଲ କରିଛି । ଏଥିନେଇ ଆନୁଷ୍ଠାନିକ ଘୋଷଣା ହୋଇ ନଥିଲେ ମଧ୍ୟ ସ୍ମିଥ୍ ଖୁବ୍ଶୀଘ୍ର କଙ୍ଗାରୁ ଦଳ ସହ ଯୋଗଦେବେ ।
ଅଧିକ ପଢ଼ନ୍ତୁ : ପୁଣି ବିବାଦରେ ଉସମାନ ତାରିକ୍ଙ୍କ ବୋଲିଂ ଆକ୍ସନ
ତେବେ ସେ ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ପୂର୍ବରୁ ଆଇସିସିର ସବୁଜ ସଙ୍କେତ ଦରକାର ପଡ଼ିବ । ମାର୍ସଙ୍କ ଅନୁପସ୍ଥିତିରେ ଆୟର୍ଲାଣ୍ଡ୍ ବିପକ୍ଷରେ ମ୍ୟାଟ୍ ରେନ୍ଓ’ଙ୍କୁ ନିଜ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇଥିଲା ଅଷ୍ଟ୍ରେଲିଆ । ରେନ୍ସ’ ୨୯ବର୍ଷ ବୟସରେ ବିଶ୍ୱକପ୍ ପଦାର୍ପଣ କରିଥିଲେ । ସ୍ମିଥ୍ ନିକଟରେ ବିଗ୍ ବାସ୍ ଲିଗ୍ ଇତିହାସର ଯୁଗ୍ମ ଦ୍ରୁତତମ ଦ୍ୱିଶତକ ହାସଲ କରି ଚମତ୍କାର ଫର୍ମରେ ଥିବାରୁ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କୁ ମାର୍ସଙ୍କ ସମ୍ଭାବ୍ୟ ବିକଳ୍ପ ଭାବେ ବାଛିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/11/steve-smith-2026-02-11-18-23-09.jpeg)