କନକ ବ୍ୟୁରୋ : ପାକିସ୍ତାନୀ ବୋଲର ଉସମାନ୍ ତାରିକ୍ଙ୍କ ବୋଲିଂ ଆକ୍ସନକୁ ନେଇ ପୁଣି ବିବାଦ ଦେଖାଦେଇଛି । ମଙ୍ଗଳବାର ଖେଳାଯାଇଥିବା ୟୁଏସ୍ଏ ବିପକ୍ଷ ମ୍ୟାଚରେ ସେ ୩ଟି ଓ୍ୱିକେଟ୍ ନେଇଥିଲେ । ତେବେ ତାଙ୍କର ବୋଲିଂ ଆକ୍ସନକୁ ନେଇ ସୋସିଆଲ୍ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି । ଅଧିକାଂଶ ୟୁଜର ତାଙ୍କ ଉପରେ ଚକିଂ ଅଭିଯୋଗ ଆଣିଛନ୍ତି । ବିଶେଷକରି ବୋଲିଂ କରିବା ସମୟରେ ସେ କିଛି ସମୟ ରହିବା ପରେ ବଲକୁ ହାତରୁ ଛାଡ଼ୁଥିବାରୁ ତାହାକୁ ନେଇ ବିବାଦ ହେଉଛି । ଏବେ ଏହି ବିତର୍କରେ ଦୁଇ ଭାରତୀୟ କ୍ରିକେଟିୟର ପ୍ରବେଶ କରିଛନ୍ତି ।
୧୯ ବର୍ଷରୁ କମ ଭାରତୀୟ ଦଳରେ ଖେଳିଥିବା ପୂର୍ବତନ କ୍ରିକେଟିୟର୍ ଶ୍ରୀବତ୍ସ ଗୋସ୍ୱାମୀ ତାଙ୍କ ହାତରୁ ବଲ୍ ବାହାରିବା ପୂର୍ବରୁ ସେ କିଛି ସମୟ ଅଟକି ଯାଉଥିବାରୁ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଏହାକୁ ଫୁଟବଲ ସହିତ ତୁଳନା କରି କହିଛନ୍ତି ଯେ ପେନାଲଟି ରନ-ଅପ୍ ସମୟରେ ରହିବାକୁ ଖେଳା​ଳିମାନଙ୍କୁ ଅନୁମତି ନଥାଏ ।
ଅଧିକ ପଢ଼ନ୍ତୁ : ଆମେରିକାଠୁ ପ୍ରତିଶୋଧ ନେଲା ପାକିସ୍ତାନ
ଅନ୍ୟପକ୍ଷରେ ଫୁଟବଲ ସହ କ୍ରିକେଟ୍ର ତୁଳନାକୁ ନାପସନ୍ଦ କରିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ । ସେ କହିଛନ୍ତି ଯେ ବ୍ୟାଟିଂ ବେଳେ ଜଣେ ବ୍ୟାଟ୍ସମ୍ୟାନ ଅମ୍ପାୟାରଙ୍କ ଜଣାଇ ରିଭର୍ସ ସ୍ୱିପ୍ ଖେଳନ୍ତି କି ? ସବୁ କଟକଣା କେବଳ ବୋଲରମାନଙ୍କ ପାଇଁ କାହିଁକି ଲାଗୁ ହୋଇଥାଏ ? ଜଣେ ବୋଲରଙ୍କୁ ନିଜର ହାତ ପରିବର୍ତ୍ତନ କରିବାର ଅନୁମତି ନାହିଁ ।
ନିକଟରେ ହୋଇଥିବା ପାକିସ୍ତାନ-ଅଷ୍ଟ୍ରେଲିଆ ଶୃଙ୍ଖଳା ସମୟରେ ବି ଅଷ୍ଟ୍ରେଲିଆର ଅଲରାଉଣ୍ଡର୍ କ୍ୟାମେରନ ଗ୍ରୀନ ତାରିକଙ୍କ ବୋଲିଂ ଆକ୍ସନକୁ ନେଇ ପ୍ରଶ୍ନ ଉଠାଇଥିଲେ । ତେବେ ଗତ ବର୍ଷ ଆଇସିସି ଦୁଇଥର ତାରିକଙ୍କ ବୋଲିଂ ଆକ୍ସନକୁ ସବୁଜ ସଂକେତ ଦେଇସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/11/pakistan-bowler-2026-02-11-17-51-25.jpg)