କନକ ବ୍ୟୁରୋ : ଭାରତୀୟ କ୍ରିକେଟ କଂଣ୍ଟ୍ରୋଲ ବୋର୍ଡ ଚାପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ରଖୁଥିବା ଅନ୍ୟାୟପୂର୍ଣ୍ଣ ସର୍ତ୍ତ ମାନିବୁ ନାହିଁ । ଭାରତରେ ନ ଖେଳିବା ସଂପର୍କିତ ନିଷ୍ପତ୍ତି ଅଟଳ ବୋଲି ବାଂଲାଦେଶର କ୍ରୀଡା ଓ ଯୁବ ବ୍ୟାପାର ପରାମର୍ଶଦାତା ଆସିଫ ନଜରୁଲ କହିଛନ୍ତି ।
ଢାକାସ୍ଥିତ ସଚିବାଳୟରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଯଦି ଆଇସିସି ଭାରତୀୟ କ୍ରିକେଟ୍ ବୋର୍ଡ ଚାପ ଆଗରେ ନଇଁଯାଏ ଓ ବାଂଲାଦେଶ ଆଗରେ ଅନ୍ୟାୟପୂର୍ଣ୍ଣ ସର୍ତ୍ତ ରଖେ ତେବେ ତାହାକୁ ଗ୍ରହଣ କରାଯିବ ନାହିଁ । ଚାପରେ ପଡ଼ି ବାଂଲାଦେଶ ଭାରତ ଗସ୍ତ କରିବ ନାହିଁ । ଯଦି ବାଂଲାଦେଶ ବିଶ୍ୱକପରୁ ଓହରିଯାଏ ତେବେ ସ୍କଟଲାଣ୍ଡକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ସମ୍ପର୍କରେ ପଚରା ଯିବାରୁ ସେ କହିଥିଲେ ଯେ ଏ ନେଇ କୌଣସି ଔପଚାରିକ ନିଷ୍ପତ୍ତି ସଂପର୍କରେ ଆଇସିସି ଜଣାଇନାହିଁ ।
ଅଧିକ ପଢ଼ନ୍ତୁ : ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ଗୌତମ ଗମ୍ଭୀରଙ୍କ କୋଚିଂ ଉପରେ ପ୍ରଶ୍ନ; ଦଳର ଅସ୍ଥିରତାକୁ ଦୋଷ ଦେଲେ ରାହାଣେ
ପୂର୍ବରୁ ଉଦାହରଣ ରହିଛି ଯେ ଭାରତ ପାକିସ୍ତାନକୁ ଗସ୍ତ କରିବାକୁ ମନା କରିବାରୁ ତାହାର ମ୍ୟାଚଗୁଡ଼ିକୁ ପାକିସ୍ତାନ ବାହାରକୁ ନିଆଯାଇଥିଲା । ଏହି ଦୃଷ୍ଟିରୁ ଆମର ଦାବି ଯୁକ୍ତିଯୁକ୍ତ ବୋଲି ସେ କହିଛନ୍ତି ।
ଚଳିତ ମାସ ଆରମ୍ଭରେ ଆଇପିଏଲରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ବାଂଲାଦେଶ ଆସନ୍ତା ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବାକୁ ମନା କରୁଛି । ଆଇସିସିର ବାରମ୍ବାର ଉଦ୍ୟମ ସତ୍ତ୍ୱେ ବାଂଲାଦେଶ ନିଜ ଜିଦରେ ଅଟଳ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/20/bangladesh-2026-01-20-16-43-47.jpg)