India vs Pakistan Photograph: (Kanak News)
କନକ ବ୍ୟୁରୋ : ମହାମୁକାବିଲା ଉପରେ ଦେଖାଦେଇପାରେ ମହାସଙ୍କଟ । ଧୋଇଯାଇପାରେ ଆସନ୍ତା ରବିବାର ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ । କାରଣ ୧୫ ତାରିଖରେ ଶ୍ରୀଲଙ୍କାର ଦକ୍ଷିଣ ଭାଗରେ ବର୍ଷା ହେବାର ସମ୍ଭାବନା ରହିଛି । ଏବେ ପୂର୍ବ ଭାରତ ମହାସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହା ସମୁଦ୍ର ପୃଷ୍ଠରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୧୫ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ : ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ବରୁଣଙ୍କ ବୟାନ: କହିଲେ...
ଫଳରେ ଶ୍ରୀଲଙ୍କାର ଦକ୍ଷିଣ ଭାଗରେ ବର୍ଷା ହେବାର ଆଶଙ୍କା ରହିଛି । ୧୫ ତାରିଖରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପ୍ରଭାବିତ ହେଵା ସମ୍ଭାବନା ରହିଛି । ଏପରି ହେଲେ କୋଟି କୋଟି କ୍ରୀଡ଼ାପ୍ରେମୀଙ୍କୁ ଶକ୍ତ ଝଟ୍କା ଲାଗିବ । କାରଣ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ହାଇଭୋଲ୍ଟେଜ୍ ମ୍ୟାଚ୍ ଦେଖିବାକୁ ଚାହିଁ ବସିଛନ୍ତି କ୍ରିକେଟ୍ପ୍ରେମୀ । ପାକିସ୍ତାନ ଭାରତ ସହ ଖେଳିବା ନିଶ୍ଚିତ ହେବା ପରେ ମ୍ୟାଚ୍ର ଟିକେଟ୍ ମୂଲ୍ୟ ମଧ୍ୟ ଢେର ବୃଦ୍ଧି ପାଇଛି । ଆଉ ଏହାରି ଭିତରେ ଲଘୁଚାପର ଖବର ସାମ୍ନାକୁ ଆସିଛି ।
ଗତକାଲି ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପ୍ରେ ଭାରତ ଦ୍ୱିତୀୟ ବିଜୟ ସହ ଗ୍ରୁପ୍ ‘ଏ’ର ଶୀର୍ଷ ସ୍ଥାନକୁ ଫେରିଛି । ଗୁରୁବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତୀୟ ଦଳ ୯୩ ରନ୍ର ବଡ଼ ବ୍ୟବଧାନରେ ନାମିବ୍ୟାକୁ ପରାସ୍ତ କରିଛି । ଈଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ଅର୍ଦ୍ଧଶତକ ପରେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲଙ୍କ ସ୍ପିନ୍ କମାଲ୍ ଭାରତକୁ ଏକପାଖିଆ ବିଜୟ ଦେଇଛି । ଭାରତର ୨୦୯ ରନ୍ ଜବାବରେ ନାମିବ୍ୟା ୧୦ ବଲ୍ ପୂର୍ବରୁ ୧୧୬ ରନ୍ରେ ଅଟକିଯାଇଥିଲା । ଭାରତ ନିଜ ପରବର୍ତ୍ତୀ ମ୍ୟାଚ୍ ରବିବାର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳିବ ।
Follow Us