ସ୍ମୃତିଙ୍କୁ ଧୋକା ଦେଉଥିଲେ କି ପଳାଶ ? ଭାଇରାଲ୍ ହେଉଛି ପର୍ସନାଲ୍ ଚାଟ୍

ସୋସିଆଲ୍ ମିଡିଆରେ ନୂତନ ବିବାଦ ଆରମ୍ଭ ହୋଇଯାଇଛି । ବିବାହ ବାତିଲ ହେବାର ଘୋଷଣା ପରେ ପଳାଶଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଠକେଇ ଅଭିଯୋଗ ଲଗାଯାଉଛି । ଯାହା ବର୍ତ୍ତମାନ ଏହି ପ୍ରସଙ୍ଗକୁ ଆହୁରି ଗମ୍ଭୀର କରିଛି ।

Smriti Mandhana

Smriti Mandhana Photograph: (Kanak News)

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଏବଂ ଚଳଚ୍ଚିତ୍ର ନିର୍ମାତା ତଥା ସଂଗୀତକାର ପଳାଶ ମୁଛଲଙ୍କ ବିବାହ ବର୍ତ୍ତମାନ ବିବାଦର ରୂପ ନେଇଛି । ନଭେମ୍ବର ୨୩ ତାରିଖରେ ସାଙ୍ଗଲିରେ ହେବାକୁ ଥିବା ଏହି ବିବାହ ପରିବାର ପକ୍ଷରୁ ସ୍ଥଗିତ ରଖାଯାଇଥିଲା । ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଥିଲା ଯେ ସ୍ମୃତିଙ୍କ ପିତା ଶ୍ରୀନିବାସ ମନ୍ଧାନାଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ବିବାହକୁ ଘୁଞ୍ଚାଇ ଦିଆଯାଇଛି । ଶରୀରରେ ହୃଦଘାତର ଲକ୍ଷଣ ଦେଖିବାକୁ ମିଳିଥିଲା ଯେଉଁଥିପାଇଁ ସ୍ମୃତିଙ୍କ ପିତାଙ୍କୁ ହସ୍ପିଟାଲ୍ ନେବାକୁ ପଡ଼ିଥିଲା । କିନ୍ତୁ ବର୍ତ୍ତମାନ ଏହି ଘଟଣା ଏବେ ନୂଆମୋଡ଼ ନେଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳୁଛି ।

ଅଧିକ ପଢ଼ନ୍ତୁ : ଅଟକିଗଲା ସ୍ମୃତି ମନ୍ଧାନାଙ୍କ ବିବାହ : ହସ୍ପିଟାଲରେ ଭର୍ତ୍ତି ହେଲେ ବାପା

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୋସିଆଲ୍ ମିଡିଆରେ ନୂତନ ବିବାଦ ଆରମ୍ଭ ହୋଇଯାଇଛି । ବିବାହ ବାତିଲ ହେବାର ଘୋଷଣା ପରେ ପଳାଶଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଠକେଇ ଅଭିଯୋଗ ଲଗାଯାଉଛି । ଯାହା ବର୍ତ୍ତମାନ ଏହି ପ୍ରସଙ୍ଗକୁ ଆହୁରି ଗମ୍ଭୀର କରିଛି । ମଙ୍ଗଳବାର ଇଣ୍ଟରନେଟରେ ଜଣେ ଯୁବତୀ ଏବଂ ପଳାଶଙ୍କ ଚାଟର ସ୍କ୍ରିନସଟ୍ ଘୁରି ବୁଲିଥିଲା । ଏହି ସ୍କ୍ରିନସଟଗୁଡ଼ିକୁ ପ୍ରଥମେ ମ୍ୟାରୀ ଡି'କୋଷ୍ଟା ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ସେୟାର କରିଥିଲେ ଏବଂ ପରେ ରେଡିଟରେ ଭାଇରାଲ ହୋଇଥିଲା । ଯେଉଁ ଆକାଉଣ୍ଟରୁ ଏହି ପୋଷ୍ଟଗୁଡ଼ିକ କରାଯାଇଥିଲା ତାହା ଏବେ ନିଷ୍କ୍ରିୟ ହୋଇଯାଇଛି । ଏହି ସବୁ ଚାଟ୍ ମେ ୨୦୨୫ ର ବୋଲି କୁହାଯାଉଛି । ଏଥିରେ ପଳାଶ ମୁଛଲ ଉକ୍ତ ଯୁବତୀଙ୍କୁ ସ୍ବିମିଂ ପାଇଁ ନିମନ୍ତ୍ରଣ କରୁଥିବାର ଦେଖାଯାଉଛି । ଯେତେବେଳେ ଯୁବତୀ ତାଙ୍କୁ ସ୍ମୃତିଙ୍କ ସହ ପ୍ରେମ ସମ୍ପର୍କ ବିଷୟରେ ପଚାରୁଛନ୍ତି ପଳାଶ ଏହାକୁ ଏଡ଼ାଇ ବାରମ୍ବାର ସାକ୍ଷାତ ପାଇଁ ଜିଦ୍ କରୁଛନ୍ତି ।

ତେବେ ଏହି ସ୍କ୍ରିନସଟ୍ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ୟୁଜର୍ସଙ୍କ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଦିନକ ପୂର୍ବରୁ ଖୁସି ହୋଇ ନାଚୁଥିବା , ପୂରା ଷ୍ଟାଡିୟମ୍ ସାମ୍ନାରେ ସ୍ମୃତିଙ୍କୁ ପ୍ରପୋଜ୍ କରିଥିବା ପଳାଶ ଏମିତି କରିବେ କେହି ଭାବି ପାରୁନାହାନ୍ତି । କିଛି କିଛି ୟୁଜର୍ସ ଏନେଇ ରାଗ ପ୍ରତିକ୍ରିୟା ଦେଇଥିବା ବେଳେ ଆଉ କିଛି ଲୋକ ଏହାର ସତ୍ୟତା ଉପରେ ପ୍ରଶ୍ନ ଉଠାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe