ଶ୍ରେୟସ୍‌ଙ୍କ ପାଖରେ କୋହଲି, ଧାୱନଙ୍କୁ ଟପିବା ସୁଯୋଗ

Advertisment

ଆଘାତ ଜନିତ ସମସ୍ୟାରୁ ମୁକୁଳି ବହୁଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ଆୟର ସଂପ୍ରତି ୬୮ ଏକଦିବସୀୟ ପାଳିରୁ ୪୭.୮୩ ହାରରେ ୨୯୬୬ ରନ୍‌ କରିଛନ୍ତି । ପ୍ରଥମ ଦିନିକିଆରେ ୪୯ ରନ୍‌ର ଉପଯୋଗୀ ପାଳି ଖେଳିଥିବାରୁ ଦ୍ୱିତୀୟ ଦିନିକିଆରେ ଏହି ରେକର୍ଡ ଛୁଇଁବେ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି ।

ଆଘାତ ଜନିତ ସମସ୍ୟାରୁ ମୁକୁଳି ବହୁଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ଆୟର ସଂପ୍ରତି ୬୮ ଏକଦିବସୀୟ ପାଳିରୁ ୪୭.୮୩ ହାରରେ ୨୯୬୬ ରନ୍‌ କରିଛନ୍ତି । ପ୍ରଥମ ଦିନିକିଆରେ ୪୯ ରନ୍‌ର ଉପଯୋଗୀ ପାଳି ଖେଳିଥିବାରୁ ଦ୍ୱିତୀୟ ଦିନିକିଆରେ ଏହି ରେକର୍ଡ ଛୁଇଁବେ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି ।

Shreyas Iyer

Shreyas Iyer Photograph: (Kanak News)

କନକ ବ୍ୟୁରୋ : ବୁଧବାରର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ମଧ୍ୟକ୍ରମ ବ୍ୟାଟର୍‌ ଶ୍ରେୟସ୍‌ ଆୟରଙ୍କ ପାଖରେ ଏକାଥରକେ ଦୁଇ ଭାରତୀୟ ତାରକା ଶିଖର ଧାୱନ ଓ ବିରାଟ ‌କୋହଲିଙ୍କୁ ଟପିବାର ସୁଯୋଗ ରହିବ । ଏହି ମ୍ୟାଚ୍‌ରେ ୩୪ ରନ୍‌ କରିପାରିଲେ ଧାୱନ ଓ କୋହଲିଙ୍କୁ ପଛରେ ପକାଇ ୩,୦୦୦ ଦିନିକିଆ ରନ୍‌ କରିବାରେ ଦ୍ରୁତତମ ଭାରତୀୟ ହେବାର ଗୌରବ ଅର୍ଜନ କରିବେ ସେ ।

ଆଘାତ ଜନିତ ସମସ୍ୟାରୁ ମୁକୁଳି ବହୁଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ଆୟର ସଂପ୍ରତି ୬୮ ଏକଦିବସୀୟ ପାଳିରୁ ୪୭.୮୩ ହାରରେ ୨୯୬୬ ରନ୍‌ କରିଛନ୍ତି । ପ୍ରଥମ ଦିନିକିଆରେ ୪୯ ରନ୍‌ର ଉପଯୋଗୀ ପାଳି ଖେଳିଥିବାରୁ ଦ୍ୱିତୀୟ ଦିନିକିଆରେ ଏହି ରେକର୍ଡ ଛୁଇଁବେ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି । ଦିନିକିଆରେ ଦ୍ରୁତତମ ୩,୦୦୦ ରନ୍‌ କରିବାର ଭାରତୀୟ ରେକର୍ଡ ଏବେ ଧାୱନଙ୍କ ନାଁରେ ରହିଛି । ଏହି ମାଇଲ୍‌ଖୁଣ୍ଟ ସେ ୭୨ ପାଳିରୁ ଛୁଇଁଥିଲେ ।

ଅଧିକ ପଢ଼ନ୍ତୁ : ‘ଦିନିକିଆକୁ କୋହଲି ଦିଲ୍ଲୀ ଲିଗ୍‌ ଭଳି ଖେଳୁଛନ୍ତି’ କୋହଲିଙ୍କୁ ପ୍ରଶଂସାରେ ପୋତିଲେ‌‌ କୈଫ୍‌

ଅନ୍ୟପକ୍ଷରେ କୋହଲି ଏହି ରେକର୍ଡ କରିବାକୁ ୭୫ ପାଳି ନେଇଥିଲେ । ଆୟର ଯଦି ବୁଧବାର ଏହି ରେକର୍ଡ ହାସଲ କରନ୍ତି, ତା‌ହେଲେ ୩,୦୦୦ ଦିନିକିଆ ରନ୍‌ କରିବାରେ ୱେଷ୍ଟଇଣ୍ଡିଜ୍‌ର କିମ୍ୱଦନ୍ତି କ୍ରିକେଟର୍‌ ଭିଭିଆନ୍‌ ରିଚାର୍ଡସଙ୍କ ସହ ସେ ବିଶ୍ୱର ଚତୁର୍ଥ ଦ୍ରୁତତମ ଖେଳାଳି ହେବେ । ତେବେ ୭୦ରୁ କମ୍‌ ପାଳି ଖେଳି ୩,୦୦୦ ଦିନିକିଆ ରନ୍‌ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିବେ । ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ହାସିମ ଆମ୍‌ଲା ପ୍ରଥମ ସ୍ଥାନରେ ରହିଛନ୍ତି । ସେ ମାତ୍ର ୫୭ ପାଳିରୁ ୩,୦୦୦ ଦିନିକିଆ ରନ୍‌ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe