କନକ ବ୍ୟୁରୋ: କଲ୍ୟାଣୀର ବେଙ୍ଗଲ କ୍ରିକେଟ ଆସୋସିଏସନ କ୍ରିକେଟ୍ ଗ୍ରାଉଣ୍ଡଠାରେ ବେଙ୍ଗଲ୍ ଓ ସର୍ଭିସେସ ମଧ୍ୟରେ ଖେଳାଯାଉଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ ସିର ଏକ ମ୍ୟାଚରେ ବେଙ୍ଗଲ୍ ନିଜର ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି ଓ ଏପର୍ଯ୍ୟନ୍ତ ୪ ଓ୍ବିକେଟ୍ ହରାଇ ହରାଇ ୩୪୦ ରନ କରିଛି । ତେବେ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ମ୍ୟାଚର ପ୍ରଥମ ଦିନରେ ଏକ ରୋଚକ ଘଟଣା ଘଟିଥିଲା। ବେଙ୍ଗଲ୍ ଅଧିନାୟକ ଅଭିମନ୍ୟୁ ଇଶ୍ବରନ୍ ୮୧ ରନ କରି ନିଜର ଶତକ ଆଡ଼କୁ ଗତି କରୁଥିବାବେଳେ ଏକ ଅଜବ ଢଙ୍ଗରେ ରନ ଆଉଟ୍ ହୋଇଥିଲେ।

Advertisment

ଆହୁରି ପଢ଼ନ୍ତୁ... ସତରେ କଣ ସେଦିନ ହୋଇଥିଲା ନେତାଜୀଙ୍କ ମୃତ୍ୟୁ? ଆଜି ବି ରହସ୍ୟ ଘେରରେ ଏ ପ୍ରଶ୍ନ

୪୧ତମ ଓଭରର ଶେଷ ବଲରେ ସୁଦୀପ ଚାଟାର୍ଜି ବ୍ୟାଟିଂ କରୁଥିବାବେଳେ ଅପର ପାର୍ଶ୍ବରେ ଥିଲେ ଅଭିମନ୍ୟୁ। ସୁଦୀପ ଏକ ସଟ୍ ମାରିବା ପରେ ତାହା ସିଧା ବୋଲର ଆଦିତ୍ୟ କୁମାରଙ୍କ ଆଡକୁ ଗତି କରିଥିଲା। ଏହି ସମୟରେ ଅଭିମନ୍ୟୁ ବଲଟି ଡେଡ୍ ହେଲା ଭାବି କ୍ରିଜ୍ ଛାଡ଼ି ଜଳପାନ ପାଇଁ ଆଗେଇଯାଇଥିଲେ। କିନ୍ତୁ ବଲଟି ବୋଲରଙ୍କ ହାତରେ ବାଜି ଗଡ଼ି ଗଡ଼ି ଓ୍ବିକେଟରେ ବାଜିଥିଲା। ଏହା ପରେ ସର୍ଭିସେସ୍ ତରଫରୁ ଆଉଟ ଅପିଲ ହେବା ପରେ ଅମ୍ପାୟାର ଆଭିମନ୍ୟୁଙ୍କୁ ଆଉଟ୍ ଘୋଷଣା କରିଥିଲେ।

ମ୍ୟାଚ ପରେ ଏ ସଂପର୍କରେ ପ୍ରତିକ୍ରିୟା ରଖି ଅଭିମନ୍ୟୁ କହିଛନ୍ତି ଯେ ଏହା ତାଙ୍କ ନିଜର ଭୁଲ ଥିଲା। ଏହି ଭୁଲ ଦେଖି ସେ ନିଜେ ମଧ୍ୟ ବିଶ୍ବାସ କରିପାରିନଥିଲେ। ''କେତେକ ଭାବିପାରନ୍ତି ଯେ ଖେଳ ଭାବନାକୁ ସମ୍ମାନ ଜଣାଇ ବିପକ୍ଷ ଦଳ ମୋତେ ବ୍ୟାଟିଂ କରିବାକୁ ଡାକିବା କଥା, କିନ୍ତୁ ମୁଁ ଭାବୁଛି ତାହାର ପ୍ରଶ୍ନ ଉଠୁନାହିଁ।''