କନକ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ବଦୋଦରାର କୋଟାମ୍ବି ଷ୍ଟାଡିୟମରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଧିନାୟକ ଶୁବମନ ଗିଲ୍ ଟସ୍ ଜିତିବା ପରେ ପିଚ୍ର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ।
୨୦୨୬ ମସିହାର ଏହି ପ୍ରଥମ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଦଳ ଏକ ଶକ୍ତିଶାଳୀ ଦଳ ସହ ପଡ଼ିଆକୁ ଓହ୍ଲାଇଛି । ଦଳକୁ ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା ଏବଂ ବିରାଟ କୋହଲି ଫେରିଥିବାରୁ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଶ୍ରେୟସ ଆୟର ମଧ୍ୟ ଆଘାତରୁ ମୁକ୍ତ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଯାହା ମଧ୍ୟକ୍ରମକୁ ଅଧିକ ମଜବୁତ କରିଛି । ତେବେ ଷ୍ଟାର୍ ୱିକେଟକିପର ବ୍ୟାଟର ଋଷଭ ପନ୍ତ ଆଘାତ କାରଣରୁ ଏହି ଶୃଙ୍ଖଳାରୁ ବାହାର ହୋଇଯାଇଛନ୍ତି, ଯାହା ଭାରତ ପାଇଁ ଏକ ବଡ଼ ଝଟକା।
ଆହୁରି ପଢ଼ନ୍ତୁ... ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ବଡ଼ ଖେଳାଳି ହେଲେ ହଠାତ୍ ଆହତ, ଦଳରେ ସାମିଲ ହେଲେ ନୂଆ ଖେଳାଳି
ପ୍ରଥମେ ବୋଲିଂ କରି ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ କମ ରନରେ ସୀମିତ ରଖିବାକୁ ଚେଷ୍ଟା କରିବ । ବଦୋଦରାର ଏହି ପିଚ୍ ବୋଲରଙ୍କୁ ସହାୟକ ହେବ ବୋଲି ଆଶା କରାଯାଉଥିବାରୁ, ଭାରତୀୟ ବୋଲରମାନେ କିଓ୍ୱି ବ୍ୟାଟରଙ୍କ ଉପରେ ଅଧିପତ୍ୱ ରଖିବାକୁ ଚେଷ୍ଟା କରିବେ । ଅନ୍ୟପକ୍ଷରେ, ମାଇକେଲ୍ ବ୍ରେସୱେଲଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ ଦଳ ଭାରତୀୟ ବୋଲରଙ୍କୁ ଦୃଢ଼ ସାମ୍ନା କରି ଏକ ବଡ଼ ସ୍କୋର କରିବା ଲକ୍ଷ୍ୟରେ ରହିଛି ।
ଭାରତୀୟ ଦଳ: ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି , ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ
ନ୍ୟୁଜିଲାଣ୍ଡ ଦଳ: ଡେଭନ୍ କନୱେ, ହେନରୀ ନିକୋଲ୍ସ, ୱିଲ୍ ୟଙ୍ଗ, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ମିଚେଲ ହେ (ୱିକେଟକିପର), ମାଇକେଲ୍ ବ୍ରେସୱେଲ୍ (ଅଧିନାୟକ), ଜାଚାରି ଫୁଲ୍କେସ୍, କ୍ରିଶ୍ଚିଆନ୍ କ୍ଲାର୍କ, କାଇଲ୍ ଜାମିସନ୍ ଏବଂ ଆଦିତ୍ୟ ଅଶୋକ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/11/indvsnz-2026-01-11-13-39-52.jpg)