RCB Photograph: (Kanak News)
କନକ ବ୍ୟୁରୋ : ଡବ୍ଲ୍ୟୁପିଏଲ୍ର ପଞ୍ଚମ ମ୍ୟାଚ୍ରେ ସୋମବାର ଆର୍ସିବି ଏକତରଫା ଭାବେ ୯ ୱିକେଟ୍ରେ ୟୁପି ୱାରିୟର୍ଜକୁ ପରାସ୍ତ କରିଛି । ସୋମବାର ୟୁପି ୱାରିୟର୍ଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୩ ରନ୍ କରିଥିଲା । ୫୦ ରନ୍ରେ ୫ ୱିକେଟ୍ ହରାଇ ସଂଘର୍ଷ କରୁଥିବା ୟୁପି ୱାରିୟର୍ଜର ସମ୍ମାନ ଦୀପ୍ତି ଶର୍ମା (୪୫*) ଓ ଡିଣ୍ଡ୍ରା ଡଟିନ (୪୦*) ରଖିଥିଲେ । ଉଭୟ ଅବିଭାଜିତ ଷଷ୍ଠ ୱିକେଟ୍ରେ ୮୩ ରନ୍ ଯୋଡ଼ି ଦଳୀୟ ସ୍କୋର୍କୁ ୧୪୦ ରନ୍ର ପାର କରାଇଥିଲେ ।
ଅଧିକ ପଢ଼ନ୍ତୁ : ସ୍ଥାନାନ୍ତର ହେବନି ବାଂଲାଦେଶର ବିଶ୍ୱକପ୍ ମ୍ୟାଚ୍ ?
ତେବେ ଆର୍ସିବି ବୋଲରଙ୍କ ମାପଚୁପ ବୋଲିଂ ପାଇଁ ଆଶାଜନକ ଭାବେ ରନ୍ ଗତି ବଢ଼ାଇ ପାରି ନଥିଲେ । ଜବାବରେ ଗ୍ରେସ୍ ହାରିସ୍ଙ୍କ ବିସ୍ଫୋରକ ୮୫ ରନ୍ ବଳରେ ଆର୍ସିବି ମାତ୍ର ଗୋଟିଏ ୱିକେଟ୍ ହରାଇ ୧୪୪ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅଧିନାୟିକା ସ୍ମୃତି ମନ୍ଧାନା ମଧ୍ୟ ମାତ୍ର ୩୨ ବଲ୍ରୁ ୪୭ ରନ୍ର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ । ଦୁଇଟି ମ୍ୟାଚ୍ରୁ ଦ୍ୱିତୀୟ ବିଜୟ ସହ ଆର୍ସିବି ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନକୁ ଉଠିଥିଲା । ୟୁପି ସେହି ଦୁଇଟି ମ୍ୟାଚ୍ରୁ ଲଗାତାର ଦ୍ୱିତୀୟ ପରାଜୟ ବରଣ କରି ସବା ଶେଷ ସ୍ଥାନରେ ପୂର୍ବଭଳି ଘୁଶୁଡ଼ିଥିଲା ।
Follow Us