କନକ ବ୍ୟୁରୋ : ପୁରୁଷ ଟ୍ୱେଣ୍ଟି-୨୦ ବିଶ୍ୱକପକୁ ଆଉ ମାତ୍ର ୪ ସପ୍ତାହ ସମୟ ଥିବାବେଳେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଓ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଧ୍ୟରେ ମ୍ୟାଚ୍ ସୂଚୀକୁ ନେଇ ଟଣାଓଟରା ଜାରି ରହିଛି । ଆଇପିଏଲ୍ରୁ ମୁସ୍ତାଫିଜୁର ରହମାନଙ୍କୁ ବିଦା କରାଯିବା ବିରୋଧରେ ଭାରତରେ ମ୍ୟାଚ୍ ଖେଳିବାକୁ ବାଂଲାଦେଶ ଅରାଜି ରହିଛି । ମ୍ୟାଚ୍ ଭାରତ ବାହାରେ ଖେଳିବା ଜିଦ୍ରେ ବି ଅଟଳ ରହିଛି । ଏତେ କମ୍ ସମୟ ଭିତରେ ଭାରତ ବାହାରେ ମ୍ୟାଚ୍ ଆୟୋଜନ ସମ୍ଭବ ନୁହେଁ ବୋଲି ଆଇସିସି ଜଣାଇବା ସତ୍ତ୍ୱେ ବିସିବି ନିଜ ଜିଦ୍ରେ ଅଟଳ ରହିଛି ।
ତେବେ ଆଇସିସି ଭାରତର ସାଂପ୍ରତିକ ସୁରକ୍ଷା ସ୍ଥିତିକୁ ନିଜ ତରଫରୁ ଆକଳନ କରିଛି । ତଦନୁଯାୟୀ ବିଶ୍ୱକପ୍ ଉପରେ ଏବଂ ବାଂଲାଦେଶଙ୍କ ଖେଳାଳିଙ୍କ ପାଇଁ ସେମିତି କିଛି ବଡ଼ ଧରଣର ବିପଦ ନାହିଁ ବୋଲି ଜଣାପଡ଼ିଛି । ଏଣୁ ଭାରତରେ ବାଂଲାଦେଶ ଖେଳିବାକୁ ଥିବା ବିଶ୍ୱକପ୍ ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତର ହେବାର ସମ୍ଭାବନା ପ୍ରାୟ ନାହିଁ । ଯଦି ବି ଏହା ସ୍ଥନାନ୍ତର ହୁଏ, ତାହେଲେ ଭାରତର ସୀମା ସରହଦ ଭିତରେ ହିଁ ହେବ । ଅର୍ଥାତ୍ କେବଳ ସହର ବଦଳିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି । ଏହା ପୂର୍ବରୁ ବାଂଲାଦେଶ ଦଳ ପାଇଁ ଖେଳସୂଚୀରେ ସାମାନ୍ୟ ପରିବର୍ତ୍ତନ କରିବାକୁ ଆଇସିସି ପ୍ରସ୍ତାବ ଦେଇଥିଲେ ବି ବିସିବି ରାଜି ହେଉନାହିଁ । ଏହି ଅଚଳାବସ୍ଥା ଜାରି ରହିଥିବାବେଳେ ବାଂଲାଦେଶ ଦଳ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବ କି ନା ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।
ଅଧିକ ପଢ଼ନ୍ତୁ : ଭାରତର ଐତିହାସିକ ରେକର୍ଡ : ଦିନିକିଆରେ ୨୦ ଥର ୩୦୦ ପ୍ଲସ୍ ଲକ୍ଷ୍ୟ ହାସଲ
ରିପୋର୍ଟ ଅନୁସାରେ ଆଇସିସି ନୂଆ ପ୍ରସ୍ତାବ କ୍ରମେ ତାମିଲନାଡୁ ଓ କେରଳରେ ବାଂଲାଦେଶର ମ୍ୟାଚ୍ ଆୟୋଜିତ ହେବ । ଚେନ୍ନାଇ ଓ ତିରୁଅନନ୍ତପୁରମରେ ମ୍ୟାଚ୍ ଆୟୋଜନ ଲାଗି ଆଇସିସି ଓ ବିସିସିଆଇ ପକ୍ଷରୁ ତାମିଲନାଡୁ କ୍ରିକେଟ୍ ସଂଘ (ଟିଏନ୍ସିଏ) ଓ କେରଳ କ୍ରିକେଟ୍ ସଂଘକୁ ପ୍ରସ୍ତାବ ଦିଆଯାଇଛି । ଉଭୟ କ୍ରିକେଟ୍ ସଂଘ ଏଥିପାଇଁ ଆଗ୍ରହୀ ଥିବା ମଧ୍ୟ ଜଣାଇଛନ୍ତି । ଚେନ୍ନାଇର ଚେପକରେ ଆଗାମୀ ବିଶ୍ୱକପ୍ର ୮ଟି ମ୍ୟାଚ୍ ଆୟୋଜିତ ହେବ । ଏହା ମଧ୍ୟରେ ସମ୍ଭାବ୍ୟ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ମଧ୍ୟ ଅନ୍ତର୍ଭୁକ୍ତ । ଏଣୁ ଟିଏନ୍ସିଏ ପକ୍ଷରୁ ବିସିସିଆଇକୁ କୁହାଯାଇଛି ଯେ ଆହୁରି ଅଧିକ ମ୍ୟାଚ୍ ଆୟୋଜନ ନେଇ କୌଣସି ସମସ୍ୟା ନାହିଁ । ତେବେ ସବୁକିଛି ଏବେ ବିସିବିର ନିଷ୍ପତ୍ତି ଉପରେ ନିର୍ଭର କରିବ । ପୂର୍ବରୁ ବାଂଲାଦେଶର ମ୍ୟାଚ୍ଗୁଡ଼ିକ କୋଲକାତା ଓ ମୁମ୍ବାଇରେ ଖେଳାଯିବାର ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/12/bangladesh-match-2026-01-12-23-08-02.jpeg)