Ravi Shastri Photograph: (Internet)
କନକ ବ୍ୟୁରୋ : ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ର ଏକ ଷ୍ଟାଣ୍ଡ୍ ପୂର୍ବତନ କ୍ରିକେଟର୍ ତଥା ଭାଷ୍ୟକାର ରବି ଶାସ୍ତ୍ରୀଙ୍କ ନାମରେ ନାମିତ ହେବ । ଏହି ଲେବଲ୍-୧ ଷ୍ଟାଣ୍ଡ୍ଟି ଷ୍ଟାଡିୟମ୍ରେ ଥିବା ପ୍ରେସ୍ବକ୍ସ ତଳେ ଅବସ୍ଥିତ । ଏ ନେଇ ଶୁକ୍ରବାର ବସିଥିବା ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମସିଏ) ସର୍ବୋଚ୍ଚ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ଷ୍ଟାଡିୟମ୍ର ତିନୋଟି ଫାଟକକୁ ପୂର୍ବତନ କ୍ରିକେଟର୍ ଦିଲ୍ଲୀପ ସରଦେଶାଇ, ଏକନାଥ ସୋଲ୍କର ଓ ଡାଏନା ଏଦୁଲଜୀଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଅଧିକ ପଢ଼ନ୍ତୁ : ‘ଆଉ ଭଲ ସୁଯୋଗ ମିଳିବନି’; ସଂଜୁଙ୍କୁ ଅଶ୍ୱିନଙ୍କ ପରାମର୍ଶ
ଏହି ବୈଠକ ପରେ ଏମସିଏ ସଭାପତି ଆଜିଙ୍କ୍ୟ ନାୟକ କହିଛନ୍ତି ଯେ ଆମ ଦେଶ ଓ ସହର ପାଇଁ ଗୌରବ ଆଣିଦେଇଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବା ଆମର କର୍ତ୍ତବ୍ୟ । ଆମର ମହାନ ବ୍ୟକ୍ତିତ୍ୱମାନଙ୍କ ଦ୍ୱାରା ତିଆରି ଭିତ୍ତିଭୂମି ଉପରେ ମୁମ୍ବାଇ କ୍ରିକେଟ୍ ତିଆରି ହୋଇଛି । ରବି ଶାସ୍ତ୍ରୀଙ୍କ ନାମରେ ଏକ ଷ୍ଟାଣ୍ଡ୍ ନାମିତ କରିବା ଜଣେ ଖେଳାଳି, ଅଧିନାୟକ ଓ ପ୍ରଶିକ୍ଷକଭାବେ ତାଙ୍କର ଅବଦାନକୁ ପ୍ରତି ଏକ ସମ୍ମାନ । ରବି ଶାସ୍ତ୍ରୀ ଭାରତ ପାଇଁ ୮୦ଟି ଟେଷ୍ଟ ଓ ୧୫୦ଟି ଦିନିକିଆ ଖେଳିଛନ୍ତି । ସେ ମଧ୍ୟ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ ।
Follow Us