ପ୍ରଫେସ୍‌ନାଲ୍‌ ପ୍ରିମୟର ଲିଗ୍: ଫାଇନାନ୍ସ ଗ୍ଲାଡିଏଟର୍‌ ବିଜେତା

Advertisment

ଫାଇନାଲ୍‌ରେ ଆକାଉଣ୍ଟସ୍ ଆର୍ମିକୁ ହରାଇ ଫାଇନାନ୍ସ ଗ୍ଲାଡିଏଟର୍‌ ବିଜେତା ହୋଇଛି । ସୁସ୍ମିତ ଦାସ ଫାଇନାଲ୍‌ ମ୍ୟାଚ୍‌ର ଏବଂ ରାଜ ଅଗସ୍ତି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥି‌ଲେ ।

ଫାଇନାଲ୍‌ରେ ଆକାଉଣ୍ଟସ୍ ଆର୍ମିକୁ ହରାଇ ଫାଇନାନ୍ସ ଗ୍ଲାଡିଏଟର୍‌ ବିଜେତା ହୋଇଛି । ସୁସ୍ମିତ ଦାସ ଫାଇନାଲ୍‌ ମ୍ୟାଚ୍‌ର ଏବଂ ରାଜ ଅଗସ୍ତି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥି‌ଲେ ।

Professional Premier League

Professional Premier League Photograph: (Kanak News)

କନକ ବ୍ୟୁରୋ : ରାଜ୍ୟର ଆଗ ଧାଡ଼ିର ଅର୍ଥ ବିଶେଷଜ୍ଞ ଏବଂ କାର୍ଯ୍ୟରତ ଅର୍ଥବିତ୍ ବୁଦ୍ଧିଜୀବୀମାନଙ୍କ କ୍ରିକେଟ୍‌ ପ୍ରତିଯୋଗିତା ‘ପ୍ରଫେସ୍‌ନାଲ ପ୍ରିମିୟର୍‌ ଲିଗ୍‌ (ପିପିଏଲ୍‌)’ ଜଟଣୀସ୍ଥିତ ରେଲବାଇ କ୍ରିକେଟ୍‌ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ୍‌ରେ ଆକାଉଣ୍ଟସ୍ ଆର୍ମିକୁ ହରାଇ ଫାଇନାନ୍ସ ଗ୍ଲାଡିଏଟର୍‌ ବିଜେତା ହୋଇଛି । ସୁସ୍ମିତ ଦାସ ଫାଇନାଲ୍‌ ମ୍ୟାଚ୍‌ର ଏବଂ ରାଜ ଅଗସ୍ତି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥି‌ଲେ ।

ଅଧିକ ପଢ଼ନ୍ତୁ : ବିଜିସି ଓପନ୍‌ ଟ୍ରଫି: ମୟଙ୍କ, ଅଜୟ, ସୁପର୍ଣ୍ଣା ବିଜେତା

ରଣଜୀ ଖେଳାଳି ବିବିସିସି ମହାପାତ୍ର, ଭାରତୀୟ ମହିଳା ଦଳର ସଦସ୍ୟ ମେଘନା ସିଂହ, ଏକତା ବିଷ୍ଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ରାଜ୍ୟର ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ (ସିଏ)ଙ୍କ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାରେ ଅର୍ଥବିତ୍ ଆକାଉଣ୍ଟାଣ୍ଟସ୍ (ସିଏ), କମ୍ପାନୀ ସେକ୍ରେଟାରିଅସ୍ (ସିଏ ଏସ୍) ଓ କଷ୍ଟ ଆଣ୍ଡ୍ ୱାର୍କସ୍ ଆକାଉଣ୍ଟାଣ୍ଟସ୍ (ସିଡବ୍ଲୁଏଏସ୍) ଖେଳାଳି ଭାଗନେଇଥିଲେ। ଏହି ତୃତୀୟ ସଂସ୍କରଣରେ ୫ ଦଳ ମାର୍କେଟ୍ ମିଷ୍ଟର୍ସ, କ୍ୟାପିଟାଲ୍ ଚ୍ୟାଲେଞ୍ଜର୍ସ, ଆକାଉଣ୍ଟସ୍ ଆର୍ମି, ଟ୍ୟାକ୍ସ ଟାଇଟାନ୍ସ ଓ ଫାଇନାନ୍ସ ଗ୍ଲାଡିଏଟର୍ସ ଭାଗନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe