କନକ ବ୍ୟୁରୋ : ଭୁବନେଶ୍ୱର ଗଲ୍ଫ କ୍ଲବ୍ ପରିସରେ ଅନୁଷ୍ଠିତ ଏସ୍ବି୧ ଓପନ୍ ଗଲ୍ଫ ପ୍ରତିଯୋଗିତା ରବିବାର ଶେଷ ହୋଇଯାଇଛି । ମୁଖ୍ୟ ବର୍ଗ (୦-୧୬)ରେ ମୟଙ୍କ ତ୍ରିପାଠୀ ବିଜେତା ଓ ସଂଗ୍ରାମଜିତ ପୂଜାରୀ ଉପବିଜେତା ହୋଇଥିବା ବେଳେ ପ୍ରଦୀପ ଭଗତ ବେଷ୍ଟ୍ ଗ୍ରସ୍ ସମ୍ମାନ ପାଇଛନ୍ତି । ୧୭-୨୪ ହ୍ୟାଣ୍ଡିକ୍ୟାପ୍ ବର୍ଗରେ ଅଜୟ ବେହେରା ଓ କର୍ଣ୍ଣେଲ ବିବେକ ପଟ୍ଟନାୟକ, ମହିଳାରେ ସୁପର୍ଣ୍ଣା ପଣ୍ଡା ଓ ଲଖି ସ୍ୱାଇଁ ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଛନ୍ତି ।
ଅଧିକ ପଢ଼ନ୍ତୁ : ଉତ୍କଳ ଓଡ଼ିଶା ଓପନ୍ ଟେନିସ୍ ଉଦ୍ଯାପିତ: ସାଜ୍ଫାଙ୍କୁ ଦ୍ୱିମୁକୁଟ, ପୁରୁଷରେ ଆଦିତ୍ୟ ବିଜେତା
ବରିଷ୍ଠ ବର୍ଗରେ ବ୍ରିଗେଡିୟର୍ କେସି ବେହେରା, ସୂର୍ଯ୍ୟକାନ୍ତ ମିଶ୍ର ଶ୍ରେଷ୍ଠ ଦୁଇ ଖେଳାଳି ସମ୍ମାନ ପାଇଥିଲେ । ଦଲବୀର୍ ସିଂହ ଲଙ୍ଗେଷ୍ଟ୍ ଡ୍ରାଇଭ୍ (୨୭୩ ୟାର୍ଡ୍ସ), ଉମେଶ ପଟ୍ଟନାୟକ ଷ୍ଟ୍ରେଟେଷ୍ଟ୍ ଡ୍ରାଇଭ୍, ଅଜୟ ବେହେରା କ୍ଲୋଜେଷ୍ଟ୍ ଟୁ ପିନ୍ ସମ୍ମାନ ପାଇଥିଲେ । ୩ ଦିନିଆ ଏହି ପ୍ରତିଯୋଗିତାରେ ୫ଟି ବିଭିନ୍ନ ଅନୁଷ୍ଠାନର ୧୬୦ ଜଣ ଅଂଶଗ୍ରହଣ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/12/bgc-open-trophy-2026-01-12-22-24-51.jpg)