କନକ ବ୍ୟୁରୋ : ବାଂଲାଦେଶକୁ ଆଇସିସି ବିଶ୍ୱକପ୍ରୁ ବାଦ୍ ଦେବା ପରେ ଏହି ନିଷ୍ପତ୍ତିରେ ପାକିସ୍ତାନ ଅସନ୍ତୁଷ୍ଟ ଥିଲା । ଏଥିସହ ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଏହି ପ୍ରତିଯୋଗିତାରୁ ଓହରିବାର ଧମକ ଦେଉଥିଲା । ହେଲେ ଶେଷରେ ଏଥିରେ ମୁଣ୍ଡ ନୁଆଁଇ ବିଶ୍ୱକପ୍ ଲାଗି ରବିବାର ୧୫ ଜଣିଆ ଦଳ ଘୋଷଣା କରିଛି । ୨୦୦୯ର ଏହି ବିଜେତା ଦଳର ନେତୃତ୍ୱ ଭାର ସଲ୍ମାନ ଅଲୀ ଆଘାଙ୍କୁ ମିଳିଛି ।
ଅଧିକ ପଢ଼ନ୍ତୁ : ଆଇସିସି ବିରୋଧରେ ପାକିସ୍ତାନ, ବାଂଲାଦେଶ ସହ ଅନ୍ୟାୟ ହେଇଛି କହିଲେ ପିବିସି ଅଧକ୍ଷ ମୋହସିନ ନକଭି
ଦଳରେ ଦୁଇ ତାରକା ଖେଳାଳି ହାରିସ ରୌଫ୍ ଓ ମହମ୍ମଦ ରିଜୱାନଙ୍କୁ ସ୍ଥାନ ମିଳି ନଥିଲା ବେଳେ ବାବର ଆଜମ ସାମିଲ ଅଛନ୍ତି । ରୌଫ୍ଙ୍କ ଅନୁପସ୍ଥିତିରେ ସାହିନ ଶାହ ଆଫ୍ରିଦି ଓ ନସୀମ ଶାହ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ । ପାକିସ୍ତାନ ଗ୍ରୁପ୍-ଏ’ରେ ବିଜେତା ଭାରତ, ଆମେରିକା, ନେଦରଲାଣ୍ଡ୍ସ, ନାମିବ୍ୟା ସହ ରହିଛି । ହେଲେ ଏହି ଦଳ ଭାରତ ଗସ୍ତ ନକରି କଲମ୍ବୋରେ ସମସ୍ତ ମ୍ୟାଚ୍ ଖେଳିବ । ପାକିସ୍ତାନ ଫେବ୍ରୁଆରି ୭ରେ ନେଦରଲାଣ୍ଡ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବା ପରେ ୧୦ରେ ଆମେରିକା, ୧୫ରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ୧୮ରେ ନାମିବ୍ୟା ସହ ଗ୍ରୁପ୍ ମ୍ୟାଚ୍ ଖେଳିବ ।
ପାକିସ୍ତାନ ଦଳ: ସଲମାନ ଅଲୀ ଆଘା (ଅଧିନାୟକ), ଆବ୍ରାର ଅହମଦ, ବାବର ଆଜମ, ଫହିମ ଅଶ୍ରଫ, ଫକର୍ ଜାମନ୍, ଖୱାଜା ମହମ୍ମଦ ନାଫେ (ୱିକେଟ୍ରକ୍ଷକ), ମହମ୍ମଦ ନୱାଜ, ମହମ୍ମଦ ସଲମାନ ମିର୍ଜା, ନସୀମ ଶାହ, ସାହିବଜାଦା ଫର୍ହାନ (ୱିକେଟ୍ରକ୍ଷକ), ସୈମ ଆୟୁବ, ଶାହିନ ଶାହ ଆଫ୍ରିଦି, ସଦାବ ଖାନ, ଉସ୍ମାନ୍ ଖାନ୍, ଉସ୍ମାନ୍ ତାରିକ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/25/pakistan-squad-2026-01-25-14-32-09.jpg)