କନକ ବ୍ୟୁରୋ: ଭାରତରେ ଖେଳିବାକୁ ମନା କରୁଥିବା ବାଂଲାଦେଶ ଟି-୨୦ ବିଶ୍ୱକପରୁ ବିତାଡିତ ହୋଇଛି । ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ଟି-୨୦ ବିଶ୍ୱକପରେ ଖେଳିବାକୁ ସୁଯୋଗ ମିଳିଛି। ତେବେ ଆଇସିସିର ଏଭଳି ନିଷ୍ପତ୍ତିରେ ଚିହିଁକି ଉଠିଛି ପାକିସ୍ତାନ । ପିସିବି ଅଧ୍ୟକ୍ଷ ମୋହସିନ ନକଭି ଆଇସିସିର ଏଭଳି ନିଷ୍ପତ୍ତିକୁ ନେଇ ବଡ ପ୍ରଶ୍ନଚିହ୍ନ ଛିଡା କରିଛନ୍ତି । ଏପରିକି ବାଂଲାଦେଶ ସହ ଅନ୍ୟାୟ ହୋଇଥିବା କହିଛନ୍ତି ମୋହସିନ ନକଭି । ଆଇସିସି ଏଭଳି ଦୋମୁହାଁ ନୀତି ଆପଣାଇବା କଥା ନୁହେଁ ବୋଲି କହିଛନ୍ତି ପିସିବି ଅଧ୍ୟକ୍ଷ । ଏବେ ଚର୍ଚ୍ଚା ହେଉଛି ବାଂଲାଦେଶ ରାସ୍ତା ଆପଣାଇବ କି ପାକିସ୍ତାନ? ବିଶ୍ୱକପରୁ ଓହରିଯିବ କି ପାକିସ୍ତାନ? ଯଦି ପାକିସ୍ତାନ ଓହରିଯାଏ ତେବେ କେଉଁ ଦଳକୁ ମିଳିବ ସୁଯୋଗ?
ବାଂଲାଦେଶକୁ ଟି-୨୦ ବିଶ୍ୱକପରୁ ବିଦା କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ପାକିସ୍ତାନ । ଆଇସିସିର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପିସିବି ଅଧ୍ୟକ୍ଷ ମୋହସିନ ନକଭି ଆଇସିସି ଦୋମୁହାଁ ନୀତି ଆପଣାଇବା ଉଚିତ୍ ନୁହେଁ ୨ଟି ଦେଶ ପାଇଁ ଭିନ୍ନ ଭିନ୍ନ ନିୟମ ହେବା ଉଚିତ ନୁହେଁ କହିଛନ୍ତି ନକଭି । ବାଂଲାଦେଶକୁ ବିଶ୍ବକପରେ ସ୍ଥାନ ମିଳିବା ଉଚିତ୍ ବାଂଲାଦେଶ ଓ ପାକିସ୍ତାନ ଉଭୟ ଦେଶ ଆଇସିସିର ସମାନ ସଦସ୍ୟ ପାକିସ୍ତାନକୁ ନେଇ ଭାରତର ଦାବିକୁ ପ୍ରାଥମିକତା ଦିଆଯାଉଛି, ତେବେ ବାଂଲାଦେଶ କ୍ଷେତ୍ରରେ ଭିନ୍ନ ନିୟମ କାହିଁକି? ପାକିସ୍ତାନ ସରକାର ଯଦି ବିଶ୍ବକପ୍ ଖେଳିବାକୁ ମନା କରେ, ତେବେ ଆଇସିସି ଅନ୍ୟ ଟିମକୁ ସାମିଲ କରିବା ନେଇ ବିଚାର କରିବା ଉଚିତ୍ଏଭଳି କହି ଆଇସିସିକୁ ପରୋକ୍ଷରେ ଚେତାବନୀ ଦେଇଛି ପିସିବି ।
ଆହୁରି ପଢନ୍ତୁ :ଗ୍ରିନ୍ଲାଣ୍ଡ ଉପରେ ଟ୍ରମ୍ପଙ୍କ ନଜର: ହ୍ୱାଇଟ୍ ହାଉସ୍ ସେୟାର କଲା ପେଙ୍ଗୁଇନ୍ର ଏଆଇ ଫଟୋ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେଷ ନିଷ୍ପତ୍ତି ନେବେ, ଦଳ ବିଶ୍ୱକପ ଖେଳିବ କି ନାହିଁ ଏହାପୂର୍ବରୁ ଭାରତରେ ନଖେଳିବା ନେଇ ଆଇସିସିର ଭୋଟିଂରେ ବାଂଲାଦେଶ ସପକ୍ଷରେ ଭୋଟ କରିଥିଲା ପାକ୍ ତେବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ଛାଡିଲେ କାରଣ କଣ ଦର୍ଶାଇବ ତାହା ବଡ ପ୍ରଶ୍ନ? ପାକିସ୍ତାନର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯାଉଛି, ତେଣୁ ସୁରକ୍ଷା ଆଳ ଦେଖାଇ ପାରିବନି ପାକ୍ ଏପର୍ଯ୍ୟନ୍ତ ପାକିସ୍ତାନ ନିଜର ଟି-୨୦ ବିଶ୍ୱକପ ଦଳ ଘୋଷଣା କରିନାହିଁ ତେଣୁ ପାକିସ୍ତାନ ମଧ୍ୟ ବିଶ୍ୱକପ୍ରୁ ଓହରିବାର ସମ୍ଭାବନା ବଢିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/25/26-2026-01-25-11-26-36.jpg)