ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପ୍ରମିତା ପଡ଼ିଆ ଉପସ୍ଥାପିକା

Advertisment

ଶନିବାରର ତାରକା ଖଚିତ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଡ୍ରମର୍‌ ଶିବମଣି, ସଂଗୀତ ନିର୍ଦ୍ଦେଶକ ତଥା ପପ୍‌ ଗାୟକ ବାଦଶାହ, ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏହି ତାରକାଙ୍କ ଗହଣରେ ହିଁ ପ୍ରମିତା ଉପସ୍ଥାପିକା ରହିଥିଲେ ।

ଶନିବାରର ତାରକା ଖଚିତ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଡ୍ରମର୍‌ ଶିବମଣି, ସଂଗୀତ ନିର୍ଦ୍ଦେଶକ ତଥା ପପ୍‌ ଗାୟକ ବାଦଶାହ, ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏହି ତାରକାଙ୍କ ଗହଣରେ ହିଁ ପ୍ରମିତା ଉପସ୍ଥାପିକା ରହିଥିଲେ ।

odia

odia Photograph: (Kanak News)

କନକ ବ୍ୟୁରୋ : ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଲାଗି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଆ ଝିଅ ପ୍ରମିତା ମହାପାତ୍ର ପଡ଼ିଆ ଉପସ୍ଥାପିକା ଦାୟିତ୍ୱ ତୁଲାଇ ରାଜ୍ୟପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏହା ପୂର୍ବରୁ ସେ ମଧ୍ୟ ଗତବର୍ଷର ମହିଳା କ୍ରିକେଟ୍‌ ବିଶ୍ୱକପ୍‌ରେ ସଫଳତାର ସହ ଏହି ଦାୟିତ୍ୱ ତୁଲାଇଥିଲେ ।

ଶନିବାରର ତାରକା ଖଚିତ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଡ୍ରମର୍‌ ଶିବମଣି, ସଂଗୀତ ନିର୍ଦ୍ଦେଶକ ତଥା ପପ୍‌ ଗାୟକ ବାଦଶାହ, ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏହି ତାରକାଙ୍କ ଗହଣରେ ହିଁ ପ୍ରମିତା ଉପସ୍ଥାପିକା ରହିଥିଲେ । ସୂଚନାଯୋଗ୍ୟ ଯେ ପ୍ରମିତା ଏକ କ୍ରୀଡ଼ା ଭିତ୍ତିକ ପ୍ରତିଯୋଗିତା ଜିତିବା ପରେ ଜାତୀୟ ସ୍ତରରେ ନିଜକୁ ଏକ ସଫଳ କ୍ରୀଡ଼ା ଉପସ୍ଥାପିକା ଭାବେ ଗଢ଼ି ତୋଳିଛନ୍ତି । ଭୁବନେଶ୍ୱରରୁ ଯାଇ ବିଶ୍ୱ କ୍ରିକେଟ୍‌ ଦୃଶ୍ୟପଟ୍ଟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପ୍ରମିତା ପୂର୍ବରୁ ଏହି ଦୁଇ ବିଶ୍ୱକପ୍‌ ସହ ଅନେକ କ୍ରୀଡ଼ା ପ୍ରତିଯୋଗିତାରେ ଉପସ୍ଥାପିକା ଦାୟିତ୍ୱ ତୁଲାଇ ସାରିଛନ୍ତି ।

ଅଧିକ ପଢ଼ନ୍ତୁ : ଆର୍‌ସିବିକୁ କିଣିବ ମାଞ୍ଚେଷ୍ଟର୍‌ ୟୁନାଇଟେଡ୍‌

ଶନିବାରର ଆକର୍ଷଣୀୟ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଇସିସି ଅଧ୍ୟକ୍ଷ ଜୟ ଶାହ, ବ୍ୟବସାୟୀ ମୁକେଶ ଅମ୍ବାନି ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ରେ ଓଡ଼ିଆ ପୁଅ ପ୍ରସନ୍ନ କୁମାର ପ୍ରଧାନ ଇଏସ୍‌ପିଏନ୍‌ ଷ୍ଟାର୍‌ ସ୍ପୋର୍ଟସ ପକ୍ଷରୁ କ୍ୟାମେରାମ୍ୟାନ୍‌ ଦାୟିତ୍ୱ ତୁଲାଇବା ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe