କନକ ବ୍ୟୁରୋ : ଖୁବଶୀଘ୍ର କ୍ରିକେଟ୍ ଓ ଫୁଟ୍ବଲ୍ର ମହାମିଳିନ ହେବାକୁ ଯାଉଛି । ସବୁକିଛି ଠିକ୍ଠାକ୍ ରହିଲେ ଆଇପିଏଲ୍ର ଏକ ଦଳ ଇଂଲଣ୍ଡର ଲୋକପ୍ରିୟ ଘରୋଇ ଫୁଟ୍ବଲ୍ ଲିଗ୍ ଇପିଏଲ୍ (ଇଂଲିସ୍ ପ୍ରିମିୟର୍ ଲିଗ୍)ର ଅନ୍ୟତମ ସଫଳ ତଥା ଚର୍ଚ୍ଚିତ ଦଳ ମାଞ୍ଚେଷ୍ଟର୍ ୟୁନାଇଟେଡ୍ର ମାଲିକାନାକୁ ଚାଲଯିବ । ମାଞ୍ଚେଷ୍ଟର୍ ୟୁନାଇଟେଡ୍ର ଅନ୍ୟତମ ମାଲିକ ଅବରାମ ଗ୍ଲେଜର୍ ଆଇପିଏଲ୍ର ଗତବର୍ଷ ବିଜେତା ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ଏଥିଲାଗି ନିଜ ପୁଞ୍ଜି ନିବେଶ କଂପାନି ଲାନ୍ସର୍ କ୍ୟାପିଟାଲ୍ ମାଧ୍ୟମରେ ୧.୮ ନିୟୁତ ଡଲାର ବା ପାଖାପାଖି ୧୬,୩୦୦ କୋଟି ଟଙ୍କାର ପ୍ରସ୍ତାବ ଆର୍ସିବି ମାଲିକଙ୍କୁ ଦେଇଛନ୍ତି । ସଂପ୍ରତି ଆର୍ସିବିର ମାଲିକ ଥିବା ଡିଆଜିଓ କଂପାନି ଗତ ନଭେମ୍ବରରୁ ଆର୍ସିବିକୁ ବିକ୍ରି କରିବା ଯୋଜନା କରି ଆସୁଛନ୍ତି । ନିଜ ଆଇପିଏଲ୍ ଇତିହାସର ପ୍ରଥମ ଟ୍ରଫି ଜିତିବା ପରେପରେ ହିଁ ଡିଆଜିଓ ଏହି ଦଳକୁ ବିକ୍ରି କରି କ୍ରୀଡ଼ା ବ୍ୟବସାୟରୁ ଦୂରେଇ ଯିବାକୁ ଚାହୁଛି ।
ଅଧିକ ପଢ଼ନ୍ତୁ : ଆରସିବିର ବିଜୟବାନା ଉଡ଼ାଇଚାଲ! ଚାମ୍ପିୟନ ଦଳକୁ ବିରାଟଙ୍କ ଶୁଭେଚ୍ଛା
ତେବେ ଏପର୍ଯ୍ୟନ୍ତ ଦଳର ଆନୁଷ୍ଠାନିକ ମୂଲ୍ୟ ବିଷୟରେ କୌଣସି ସୂଚନା ଦେଇନି । ସୂଚନା ଅନୁସାରେ ଆର୍ସିବିକୁ କିଣିବାକୁ ଏବେ ସୁଦ୍ଧା ମୋଟ ୯ଜଣ ବିଡର୍ ଆଗ୍ରହ ପ୍ରକାଶ କରିଛନ୍ତି । ସେଥିମଧ୍ୟରେ ଭାରତୀୟ ବ୍ୟବସାୟୀ ଅଦାର ପୁନାୱାଲ ମଧ୍ୟ ଅଛନ୍ତି । ବିଡର୍ମାନେ ୧ ବିଲିୟନରୁ ୧.୮ ବିଳିୟନ୍ ଡଲାରର ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ତେବେ ଡିଆଜିଓ କାହାକୁ ଓ କେମିତି ଆର୍ସିବିକୁ ବିକ୍ରି କରିବ ସେନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନି । କଂପାନି ସମସ୍ତ ପ୍ରସ୍ତାବର ମୂଲ୍ୟାୟନ କରୁଛି। ଯେଉଁ କଂପାନି ସର୍ବାଧିକ ମୂଲ୍ୟ ଦେବା ସହ ଭାରତୀୟ ନିୟମ କାନୁନକୁ ଅନୁସରଣ କରୁଥିବ ତାକୁ ଦଳ ବିକିବ ବୋଲି ନୀତିଗତ ନିଷ୍ପତ୍ତି କିନ୍ତୁ ନେଇ ସାରିଛି ।
ମାଞ୍ଚେଷ୍ଟର୍ ୟୁନାଇଟେଡ୍ ବିଶ୍ବକ୍ରୀଡ଼ା ଜଗତର ଅନ୍ୟତମ ଦାମୀ ଦଳ । ଏହାର ବଜାର ମୂଲ୍ୟ ହେଉଛି ପାଖାପାଖି ୪.୯ ବିଲିୟନ ପାଉଣ୍ଡ୍ ବା ୬୦,୩୮୦ କୋଟି ଟଙ୍କା । ଗତବର୍ଷ ଏହାର ସହମାଲିକ ଗ୍ଲେଜର୍ ପରିବାରର ମୋଟ ସମ୍ପତ୍ତି ୧୨୫୦୦ କୋଟି ଟଙ୍କା ଛୁଇଁଛି । ଏଣୁ ଆର୍ସିବିକୁ କିଣିବା ତାଙ୍କ ପାଇଁ ବିଶେଷ କଷ୍ଟକର ହେବନି ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/07/rcb-2026-02-07-22-37-44.jpg)