କନକ ବ୍ୟୁରୋ : ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଲାଗି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଓଡ଼ିଆ ଝିଅ ପ୍ରମିତା ମହାପାତ୍ର ପଡ଼ିଆ ଉପସ୍ଥାପିକା ଦାୟିତ୍ୱ ତୁଲାଇ ରାଜ୍ୟପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏହା ପୂର୍ବରୁ ସେ ମଧ୍ୟ ଗତବର୍ଷର ମହିଳା କ୍ରିକେଟ୍ ବିଶ୍ୱକପ୍ରେ ସଫଳତାର ସହ ଏହି ଦାୟିତ୍ୱ ତୁଲାଇଥିଲେ ।
ଶନିବାରର ତାରକା ଖଚିତ ଉଦ୍ଘାଟନୀ ଉତ୍ସବରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଡ୍ରମର୍ ଶିବମଣି, ସଂଗୀତ ନିର୍ଦ୍ଦେଶକ ତଥା ପପ୍ ଗାୟକ ବାଦଶାହ, ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏହି ତାରକାଙ୍କ ଗହଣରେ ହିଁ ପ୍ରମିତା ଉପସ୍ଥାପିକା ରହିଥିଲେ । ସୂଚନାଯୋଗ୍ୟ ଯେ ପ୍ରମିତା ଏକ କ୍ରୀଡ଼ା ଭିତ୍ତିକ ପ୍ରତିଯୋଗିତା ଜିତିବା ପରେ ଜାତୀୟ ସ୍ତରରେ ନିଜକୁ ଏକ ସଫଳ କ୍ରୀଡ଼ା ଉପସ୍ଥାପିକା ଭାବେ ଗଢ଼ି ତୋଳିଛନ୍ତି । ଭୁବନେଶ୍ୱରରୁ ଯାଇ ବିଶ୍ୱ କ୍ରିକେଟ୍ ଦୃଶ୍ୟପଟ୍ଟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପ୍ରମିତା ପୂର୍ବରୁ ଏହି ଦୁଇ ବିଶ୍ୱକପ୍ ସହ ଅନେକ କ୍ରୀଡ଼ା ପ୍ରତିଯୋଗିତାରେ ଉପସ୍ଥାପିକା ଦାୟିତ୍ୱ ତୁଲାଇ ସାରିଛନ୍ତି ।
ଅଧିକ ପଢ଼ନ୍ତୁ : ଆର୍ସିବିକୁ କିଣିବ ମାଞ୍ଚେଷ୍ଟର୍ ୟୁନାଇଟେଡ୍
ଶନିବାରର ଆକର୍ଷଣୀୟ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଇସିସି ଅଧ୍ୟକ୍ଷ ଜୟ ଶାହ, ବ୍ୟବସାୟୀ ମୁକେଶ ଅମ୍ବାନି ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍ରେ ଓଡ଼ିଆ ପୁଅ ପ୍ରସନ୍ନ କୁମାର ପ୍ରଧାନ ଇଏସ୍ପିଏନ୍ ଷ୍ଟାର୍ ସ୍ପୋର୍ଟସ ପକ୍ଷରୁ କ୍ୟାମେରାମ୍ୟାନ୍ ଦାୟିତ୍ୱ ତୁଲାଇବା ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/07/pramita-mahapatra-2026-02-07-23-13-18.jpg)