ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଓସିଏ କର୍ମକର୍ତ୍ତା

Advertisment

ସାକ୍ଷାତ ସମୟରେ ଗତବର୍ଷ ଡିସେମ୍ବର ୯ତାରିଖ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ୱେଣ୍ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଅକୁଣ୍ଠ ସହାୟତା ପ୍ରଦାନ କରିଥିବାରୁ ଓସିଏ କର୍ମକର୍ତ୍ତା, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭୂୟଶୀ ପ୍ରଶଂସା କରିବା ସହିତ ଆନ୍ତରିକ କୃତଜ୍ଞତା ଅର୍ପଣ କରିଥିଲେ ।

OCA Officials

OCA Officials Photograph: (Kanak News)

କନକ ବ୍ୟୁରୋ : ଓଡ଼ିଶା କ୍ରିକେଟ୍‌ ସଂଘ(ଓସିଏ)ର ସ୍ୱତନ୍ତ୍ର ପରିଷଦ ‌ବୈଠକ(ଏସ୍‌ଜିଏମ୍‌) ରବିବାର ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି ବୈଠକର ସର୍ବସମ୍ମତି କ୍ରମେ ଓସିଏ ସଂପାଦକ ସଞ୍ଜୟ ବେହେରା, ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱରର କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ସାକ୍ଷାତ ସମୟରେ ଗତବର୍ଷ ଡିସେମ୍ବର ୯ତାରିଖ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ୱେଣ୍ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଅକୁଣ୍ଠ ସହାୟତା ପ୍ରଦାନ କରିଥିବାରୁ ଓସିଏ କର୍ମକର୍ତ୍ତା, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭୂୟଶୀ ପ୍ରଶଂସା କରିବା ସହିତ ଆନ୍ତରିକ କୃତଜ୍ଞତା ଅର୍ପଣ କରିଥିଲେ ।

ଅଧିକ ପଢ଼ନ୍ତୁ : ଏସିଆ କପ୍‌ ବଧିର କ୍ରିକେଟ୍: ଶ୍ରୀଲଙ୍କାକୁ ୧ ରନ୍‌ରେ ହରାଇଲା ଭାରତ

ଏହି ମ୍ୟାଚ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀ ନିଜେ ମ୍ୟାଚ୍‌ର ପ୍ରସ୍ତୁତି ବୈଠକ ଆୟୋଜନ କରିଥିବାରୁ ଓସିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା । ଏହା ସହ ଓସିଏ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ସବୁ ଜିଲ୍ଲାରେ କ୍ରିକେଟ୍‌ ଖେଳର ଭିତ୍ତିଭୂମି ବିକାଶ କରିବା ସହିତ ତୃଣମୂଳ ସ୍ତରରେ କ୍ରିକେଟ୍‌ ପ୍ରତିଭା ସୃଷ୍ଟି କରିବା ସଂପର୍କରେ ଆଲୋଚନା କରିଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାରଙ୍କ ପକ୍ଷରୁ ଓସିଏକୁ ସମସ୍ତ ପ୍ରକାର ସହଯୋଗ, ସମର୍ଥନ କରାଯିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe