କନକ ବ୍ୟୁରୋ: ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଏସିଆ କପ୍‌ ବଧିର କ୍ରିକେଟ୍‌ ପ୍ରତିଯୋଗିତାର ସୋମବାର ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି । ଶେଷ ଓଭର ପର୍ଯ୍ୟନ୍ତ ଅପୂର୍ବ ଉତ୍କଣ୍ଠା ଓ ରୋମାଞ୍ଚ ଭରି ରହିଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ୧ ରନ୍‌ରେ ବିଜୟୀ ହୋଇଛି । 

Advertisment

ଏହା ବି ପଢ଼ନ୍ତୁ: T 20 World Cup 2026 : ଗେଲ୍‌ଙ୍କ ୧୭ବର୍ଷର ରେକର୍ଡ ଭାଙ୍ଗିଲେ ହେଟମାୟର

ଭାରତ ଟସ୍‌ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା । ସନ୍ତୋଷ କେଏମ୍‌ ୪୦ ବଲ୍‌ରୁ ୪୨ ରନ୍‌ କରି ଭାରତକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇ ଦେଇଥିଲେ । ସାଇ ଆକାଶ ଓ ଅଧିନାୟକ ବୀରେନ୍ଦର ସିଂହ ଶୀର୍ଷକ୍ରମ‌ରେ ଉପଯୋଗୀ ପାଳି ଖେଳିଥିଲେ । ସେହିଭଳି ଶେଷ ଆଡ଼କୁ ପ୍ରନୀଳ ମୋରେ ଦ୍ରୁତ ରନ୍‌ ସଂଗ୍ରହ କରିଥିଲେ । ଜବାବରେ ଶ୍ରୀଲଙ୍କା ଜୋରଦାର ଲଢ଼େଇ କରି ୮ ୱିକେଟ୍‌ ବିନିମୟରେ ୧୬୩ ରନ୍‌ କରିପାରିଥିଲା । ଏହି ଦଳ ପକ୍ଷରୁ ଆଲାନରୋଜ କାଲେପ ୩୦ ବଲ୍‌ରୁ ୪୯ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ । ହେଲେ ଏହା ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନଥିଲା । ପୁରସ୍କାର ବିତରଣୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସୂଚନା କମିସନର ସୁଶାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ଖେଳାଳି ଯଶୋବନ୍ତ ନାଇଡ଼ୁଙ୍କୁ ପୁରସ୍କୃତ କରିଥିଲେ ।