ଗୁଲମାର୍ଗରେ ଆରମ୍ଭ ହେଲା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଦ୍ୱିତୀୟ ପର୍ଯ୍ୟାୟ

Advertisment

ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ୪ଶହରୁ ଅଧିକ ଆଥ୍‌ଲେଟ୍‌ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏଥିପାଇଁ ପଞ୍ଜୀକରଣ ଶେଷ ହୋଇଛି ଓ ଅନୁକୂଳ ପାଗ ଯୋଗୁଁ ଭଲ ବରଫପାତ ହୋଇଛି ବୋଲି ଜମ୍ମୁ ଓ କଶ୍ମୀର କ୍ରୀଡ଼ା ପରିଷଦର ସଚିବ ନୁଝାତ୍‌ ଗୁଲ୍‌ ।

ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ୪ଶହରୁ ଅଧିକ ଆଥ୍‌ଲେଟ୍‌ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏଥିପାଇଁ ପଞ୍ଜୀକରଣ ଶେଷ ହୋଇଛି ଓ ଅନୁକୂଳ ପାଗ ଯୋଗୁଁ ଭଲ ବରଫପାତ ହୋଇଛି ବୋଲି ଜମ୍ମୁ ଓ କଶ୍ମୀର କ୍ରୀଡ଼ା ପରିଷଦର ସଚିବ ନୁଝାତ୍‌ ଗୁଲ୍‌ ।

Khelo India Winter Games

Khelo India Winter Games Photograph: (Internet)

କନକ ବ୍ୟୁରୋ : କଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଲମାର୍ଗରେ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା-୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ । ଚାରି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଉପରାଜ୍ୟପାଳ ମନୋଜ ସିହ୍ନା ମଶାଲ ଜଳାଇ ଉଦ୍‌ଘାଟନ କରିଛନ୍ତି ।

ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ୪ଶହରୁ ଅଧିକ ଆଥ୍‌ଲେଟ୍‌ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏଥିପାଇଁ ପଞ୍ଜୀକରଣ ଶେଷ ହୋଇଛି ଓ ଅନୁକୂଳ ପାଗ ଯୋଗୁଁ ଭଲ ବରଫପାତ ହୋଇଛି ବୋଲି ଜମ୍ମୁ ଓ କଶ୍ମୀର କ୍ରୀଡ଼ା ପରିଷଦର ସଚିବ ନୁଝାତ୍‌ ଗୁଲ୍‌ । ଆଥ୍‌ଲେଟ୍‌ମାନେ ୪ଟି ପଦକ ବର୍ଗ- ସ୍କି ମାଉଣ୍ଟେନିୟରିଂ, ଆଲପାଇନ୍‌ ସାଇଙ୍ଗ୍‌, ନର୍ଡିକ୍‌ ସାଇଙ୍ଗ୍‌ ଓ ସ୍ନୋବର୍ଡିଂରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଅଧିକ ପଢ଼ନ୍ତୁ : ୩ ମ୍ୟାଚ୍ , ୦ ରନ୍ ... ଅଭିଷେକଙ୍କୁ ଲାଗିଛି କି ନଜର ? ଗୁରୁମନ୍ତ୍ର ଦେଲେ ଗମ୍ଭୀର

ତେବେ ଆଲପାଇନ୍‌ ସାଇଙ୍ଗ୍‌ ପାଇଁ ସର୍ବାଧିକ ସଂଖ୍ୟକ ପଞ୍ଜୀକରଣ ହୋଇଛି । ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା-୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରି ୨୦ରୁ ୨୬ ପର୍ଯ୍ୟନ୍ତ ଲେହରେ ଅନୁଷ୍ଠିତ ହୋଇଥିଲା । ଏହି ପର୍ଯ୍ୟାୟରେ ଆଇସ୍‌ ଇଭେଣ୍ଟ୍‌ ଅନୁଷ୍ଠିତ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସ୍ନୋ ଇଭେଣ୍ଟ୍‌ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ହରିୟାଣା ୪ଟି ସ୍ୱର୍ଣ୍ଣ ପଦକ ସହ ପ୍ରଥମ ସ୍ଥାନରେ ଥିବାବେଳେ ତା’ତଳକୁ ଲଦାଖ୍‌, ମହାରାଷ୍ଟ୍ର ଓ ତେଲେଙ୍ଗାନା ଅଛନ୍ତି । ଏପର୍ଯ୍ୟନ୍ତ ୬ଟି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ସଂସ୍କରଣ ଜମ୍ମୁ ଓ କଶ୍ମୀର ଏବଂ ଲେହରେ ଅନୁଷ୍ଠିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe