କନକ ବ୍ୟୁରୋ : କଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଲମାର୍ଗରେ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା-୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ । ଚାରି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଉପରାଜ୍ୟପାଳ ମନୋଜ ସିହ୍ନା ମଶାଲ ଜଳାଇ ଉଦ୍ଘାଟନ କରିଛନ୍ତି ।
ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ୪ଶହରୁ ଅଧିକ ଆଥ୍ଲେଟ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏଥିପାଇଁ ପଞ୍ଜୀକରଣ ଶେଷ ହୋଇଛି ଓ ଅନୁକୂଳ ପାଗ ଯୋଗୁଁ ଭଲ ବରଫପାତ ହୋଇଛି ବୋଲି ଜମ୍ମୁ ଓ କଶ୍ମୀର କ୍ରୀଡ଼ା ପରିଷଦର ସଚିବ ନୁଝାତ୍ ଗୁଲ୍ । ଆଥ୍ଲେଟ୍ମାନେ ୪ଟି ପଦକ ବର୍ଗ- ସ୍କି ମାଉଣ୍ଟେନିୟରିଂ, ଆଲପାଇନ୍ ସାଇଙ୍ଗ୍, ନର୍ଡିକ୍ ସାଇଙ୍ଗ୍ ଓ ସ୍ନୋବର୍ଡିଂରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ଅଧିକ ପଢ଼ନ୍ତୁ : ୩ ମ୍ୟାଚ୍ , ୦ ରନ୍ ... ଅଭିଷେକଙ୍କୁ ଲାଗିଛି କି ନଜର ? ଗୁରୁମନ୍ତ୍ର ଦେଲେ ଗମ୍ଭୀର
ତେବେ ଆଲପାଇନ୍ ସାଇଙ୍ଗ୍ ପାଇଁ ସର୍ବାଧିକ ସଂଖ୍ୟକ ପଞ୍ଜୀକରଣ ହୋଇଛି । ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା-୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ ଜାନୁଆରି ୨୦ରୁ ୨୬ ପର୍ଯ୍ୟନ୍ତ ଲେହରେ ଅନୁଷ୍ଠିତ ହୋଇଥିଲା । ଏହି ପର୍ଯ୍ୟାୟରେ ଆଇସ୍ ଇଭେଣ୍ଟ୍ ଅନୁଷ୍ଠିତ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସ୍ନୋ ଇଭେଣ୍ଟ୍ ଅନୁଷ୍ଠିତ ହେଉଛି । ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ହରିୟାଣା ୪ଟି ସ୍ୱର୍ଣ୍ଣ ପଦକ ସହ ପ୍ରଥମ ସ୍ଥାନରେ ଥିବାବେଳେ ତା’ତଳକୁ ଲଦାଖ୍, ମହାରାଷ୍ଟ୍ର ଓ ତେଲେଙ୍ଗାନା ଅଛନ୍ତି । ଏପର୍ଯ୍ୟନ୍ତ ୬ଟି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ସଂସ୍କରଣ ଜମ୍ମୁ ଓ କଶ୍ମୀର ଏବଂ ଲେହରେ ଅନୁଷ୍ଠିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/23/khelo-india-winter-games-2026-02-23-21-15-06.jpg)