କନକ ବ୍ୟୁରୋ : ଜାପାନର ଏକ ନମ୍ବର ମହିଳା ଟେନିସ୍ ଖେଳାଳି ତଥା ଦୁଇ ଥର ବିଜୟିନୀ ନାଓମି ଓସାକା ଚଳିତ ଅଷ୍ଟ୍ରେଲିଆନ୍ ଓପନ୍‌ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାଇରାଲ୍ ହୋଇଛନ୍ତି । ମଙ୍ଗଳବାର ରଡ୍‌ ଲାଭର ଏରିନାକୁ ତାଙ୍କ ପ୍ରବେଶ ଥିଲା ନିଆରା ଓ ଅତ୍ୟନ୍ତ ଗ୍ଲାମରିଅର୍ସ । ଓସାକା ଓସାରିଆ ଗୋଲାକାର ଟୋପି ପିନ୍ଧି ହାତରେ ଏକ ଛତା ଧରି ଏବଂ ଧଳା ପାରଦର୍ଶୀ ତଥା ଜେଲି ଫିସ୍‌ ଅନୁପ୍ରେରିତ ପୋଷାକ ପିନ୍ଧି ଏହି ଐତିହାସିକ ଟେନିସ୍ କୋର୍ଟକୁ ପ୍ରବେଶ କରିବା ସେଠାରେ ଉପସ୍ଥିତ ଟେନିସ୍ ପ୍ରେମୀଙ୍କ ଢେର ଧ୍ୟାନ ଆକର୍ଷଣ କରିଥିଲା ।

Advertisment

ତାଙ୍କର ଏଭଳି ରୂପ ମଧ୍ୟ କିଛି ସେକେଣ୍ଡ୍‌ ଭିତରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ‌ହୋଇଯାଇଥିଲା । ଓସାକାଙ୍କ ଏହି ଲୁକ୍‌ ଓ ପୋଷାକ ଲଣ୍ଡନ ଭିତ୍ତିକ ଡିଜାଇରନ୍ ରୋବର୍ଟ ୟୁନ୍‌ ପ୍ରସ୍ତୁତ କରିଛନ୍ତି । ଷୋଡ଼ଦଶ ସିଡ୍‌ ଓସାକାଙ୍କ ପ୍ରବେଶକୁ ଅଷ୍ଟ୍ରେଲିଆନ୍ ଓପନ୍‌ର ଆୟୋଜକ ବି ନିଜ ଇତିହାସର ସବୁଠାରୁ ଷ୍ଟାଇଲିସ୍‌ ଚାଲିର ଆଖ୍ୟା ଦେଇଛନ୍ତି । ଓସାକା ମଧ୍ୟ ତାଙ୍କୁ ମିଳୁଥିବା ଗୁରୁତ୍ୱକୁ ବେଶ୍‌ ଉପଭୋଗ କରୁଛନ୍ତି ।

ଅଧିକ ପଢ଼ନ୍ତୁ : Australian Open 2026: ପ୍ରଥମ ରାଉଣ୍ଡ୍‌ରୁ ବିଦା ହେଲେ ଭାରତର ପୁନାଚା

ଇନଷ୍ଟାଗ୍ରାମ୍‌ରେ ନିଜ ନୂଆ ଲୁକ୍‌ର ଫଟୋ ପ୍ରକାଶ କରି ‘ ଫୋନ୍‌ ଉଠାଅ, ଏହା ଜେଲି ଫିସ୍‌’ ଋତୁ ବୋଲି ଲେଖି ପ୍ରଶଂସକଙ୍କୁ ତାଙ୍କର ଅଧିକରୁ ଅଧିକ ଫଟୋ ଉଠାଇବାକୁ ପ୍ରେରିତ କରିଥିଲେ । ଗତବର୍ଷ ୟୁଏସ୍‌ ଓପନ୍‌ରେ ଏକ ଫୁଲ୍‌ ପକା ସୁନ୍ଦର ପୋଷାକ ପରିଧାନ କରି ସେ ମଧ୍ୟ ବେଶ୍‌ ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଥିଲେ । ସେ ମଧ୍ୟ ନିଜ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌କୁ ସହଜରେ ଜିତି ନିଜ ଷ୍ଟାଇଲିସ୍‌ ଅବତାରର ଯଥାର୍ଥ ସମ୍ମାନ ରଖିଥିଲେ ।